ସୁରକ୍ଷା କର୍ମୀ କୋଭିଡ ଟିକାଦେବା ଘଟଣା: ନର୍ସ ଓ ସୁରକ୍ଷାକର୍ମୀ ନିଲମ୍ବିତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷାକର୍ମୀ କୋଭିଡ ଟିକା ଦେବା ଘଟଣାରେ ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ତପସ୍ବିନୀ ସା ଓ ସୁରକ୍ଷା କର୍ମୀ ‌କେଶବ ଦଳପତିଙ୍କୁ ନିଲମ୍ବନ କରାଯାଇଛି। ପ୍ରକାଶ ଯେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟକର୍ମୀ କିଂବା ନର୍ସଙ୍କ ବଦଳରେ ସୁରକ୍ଷାକର୍ମୀ କୋଭିଡ ଟିକାଦାନ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏଡିଏମ୍‌ଓ (ଏଫ୍‌ଡବ୍ଲୁ) ବିନୋଦ ବିହାରୀ ରଥ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିଥିଲେ। ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ।

ସମ୍ବନ୍ଧିତ ଖବର