ଜଗତସିଂହପୁର: ବହୁ ଚର୍ଚ୍ଚିତ ଷ୍ଟାଫ୍ ନର୍ସ ନୀହାରିକା ହତ୍ୟା ମାମଲାରେ ରାଜାକୁ ସୋମବାର ତିନିଦିନ ରିମାଣ୍ଡରେ ନେବାକୁ ଏସ୍ଡିଜେଏମ୍ କୋର୍ଟ ବିିରିଡି ପୁଲିସକୁ ଅନୁମତି ଦେଇଛନ୍ତି।
/sambad/media/post_attachments/wp-content/uploads/2019/09/niharika-murder-2-300x172.png)
ସୂଚନାଯୋଗ୍ୟ, ନୀହାରିକା ଏବଂ ରାଜା ପରସ୍ପରକୁ ଦୀର୍ଘ ୫ ବର୍ଷ ହେଲା ଭଲ ପାଉଥିଲେ। ନୀହାରିକାଙ୍କ ଆର୍ଥିକ ପରିସ୍ଥିତି ଏତେଟା ସ୍ୱଚ୍ଛଳ ନ ଥିଲା। ତେଣୁ ବିରିଡ଼ିରେ ନିଜ ମାମୁଘରେ ରହି ନର୍ସିଂ ଟ୍ରେନିଂ ନେବା ପରେ ସେ କଟକ ଏମ୍ଏମ୍ ମେଡିକେୟାରରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ମାମୁଘରେ ରହିବା ସମୟରେ ନୀହାରିକା ଓ ରାଜାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରାଜା କୌଣସି ରୋଜଗାର ନକରି ବେକାର ବୁଲୁଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ବଚସା ହେଉଥିଲା।
/sambad/media/post_attachments/wp-content/uploads/2019/09/Raja-and-Niharika-300x263.jpg)
ସେଦିନ ବଚସା ଏଭଳି ସ୍ଥିତିରେ ପହଞ୍ଚିଥିଲା କି ପ୍ରାଣଠାରୁ ବଳି ଭଲ ପାଉଥିବା ନୀହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପ୍ରେମିକ ରାଜା। ଆଉ ପ୍ରମାଣ ନଷ୍ଟ କରିବାକୁ ଅଖାରେ ମୃତଦେହ ପୂରାଇ ବିଲୁଆଖାଇ ନଈରେ ଫିଙ୍ଗି ଦେଇଥିଲା।
ନର୍ସ ନୀହାରିକା ପାତ୍ର (ରୂପାଲି) ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜା ପୁଲିସ ନିକଟରେ ଏଭଳି ସ୍ୱୀକାରୋକ୍ତି ଦେବା ସହ ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା।
ଅନ୍ୟପକ୍ଷରେ ପୁଲିସ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପରେ ରାଜାକୁ ଜଗତସିଂହପୁର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏଥିସହ ଅଧିକ ତଦନ୍ତ ପାଇଁ ପୁଲିସ ରାଜାକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଅଦାଲତରେ ଆବେଦନ କରିଥିଲା। ଆଜି ଏସ୍ଡିଜେଏମ୍ କୋର୍ଟ ରାଜକୁ ତିନିଦିନର ରିମାଣ୍ଡରେ ନେବାକୁ ବିିରିଡି ପୁଲିସକୁ ଅନୁମତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/90.png)