ନର୍ସ ନୀହାରିକାଙ୍କ ହତ୍ୟା ପ୍ରସଙ୍ଗ: ୬ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କଲା ପିସିସି

ଭୁବନେଶ୍ବର : ବାଲିପାଟଣା ବ୍ଲକ୍ ଭିଙ୍ଗାରପୁର ଗାଁର ନର୍ସ ନୀହାରିକାଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ପିସିସି ସଭାପତି ନିର଼ଞ୍ଜନ ପଟ୍ଟନାୟକ ୬ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କିମିଟି ଗଠନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଶିବାନନ୍ଦ ରାୟଙ୍କୁ କମିଟିର ଅଧ୍ୟକ୍ଷ ରହିଥିବାବେଳେ ବରିଷ୍ଠ କଂଗ୍ରେସ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦନା ପରିଡ଼ା, ରଶ୍ମି ମହାପାତ୍ରଙ୍କ ସମେତ ଯୁବ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଓ ଜିନେଶ ଦାଶ ପ୍ରମୁଖ ସଦସ୍ୟ ଅଛନ୍ତି। ଶ୍ରୀ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଖୁବଶୀଘ୍ର ଘଟଣାସ୍ଥଳ ଗସ୍ତ କରି ସବିଶେଷ ତଥ୍ୟ ସଂଗ୍ରହ କରି ପିସିସି ସଭାପତିଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର