ରାଇଘର: ଶିକ୍ଷା ଅନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଂଚଳ ଭାବେ ସରକାର ଘୋଷଣା କରିଥିବା ବେଳେ ଘରୋଇ ବିଦ୍ୟାଳୟର ଜଣେ ଶିକ୍ଷକ ୫ ବର୍ଷ ବୟସର ଶିଶୁକୁ ନିସ୍ତୁକ ମାଡ଼ ମାରିବା ଘଟଣା ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ହାଟଭରାଣ୍ଡିସ୍ଥିତ ସହିଦ ବିର୍ସାମୁଣ୍ଡା ପବ୍ଲିକ ସ୍କୁଲରେ। ଉକ୍ତ ବିଦ୍ୟାଳୟର ଶିକ୍ଷକ ଜୟ କୁମାର ଗଣ୍ଡ ସେଠାକାର ନର୍ସରୀ ଛାତ୍ର ଉପରେ ଅକଥନୀୟ ଅତ୍ୟାଚାର କରିବା ଅଭିଯୋଗ ନେଇ ଆଜି ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଶିକ୍ଷକଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ କାନାଡିହି ଗ୍ରାମର ଲଗୁନୁ ସତନାମୀଙ୍କ ୫ ବର୍ଷର ପୁଅ ଧନରାଜ ସତନାମୀ ହାଟଭରାଣ୍ଡି ସ୍ଥିତ ସହିଦ ବିର୍ସାମୁଣ୍ଡା ପବ୍ଲିକ ସ୍କୁଲରେ ନର୍ସରିରେ ପାଠ ପଢୁଛି। ସବୁଦିନ ଭଳି ଆଜି ସକାଳ ପ୍ରାୟ ୮ଟା ସମୟରେ ଘରୁ ଅଟୋ ରିକ୍ସାରେ ସ୍କୁଲକୁ ଯାଇଥିଲା। ଦିନ ଦ୍ବିପହରରେ ଧନରାଜ୍ ଉକ୍ତ ଅଟୋ ରିକ୍ସାରେ କାନ୍ଦିକାନ୍ଦି ଘରକୁ ଫେରିଥିଲା। ପରିବାର ଲୋକେ ଏହା ଦେଖି ଅଟୋ ରିକ୍ସା ଡ୍ରାଇଭରଙ୍କୁ ପଚାରିବାରୁ ଆଜି ସ୍କୁଲର ଶିକ୍ଷକ ଜୟ କୁମାର ଗଣ୍ଡ ତୁମ ପୁଅକୁ ବାଡ଼ି ସାହାଯ୍ୟରେ ନିର୍ଦ୍ଧୁମ ମାଡ଼ ମାରିଥିବା କହିଥିଲେ।
/sambad/media/post_attachments/wp-content/uploads/2024/03/388113a1-5d3b-4811-b91a-71af13913a81-e1711034204417.jpeg)
ପୁଅର ସାର୍ଟ ଖୋଲି ଦେଖିବା ବେଳକୁ ପିଠିରେ ୩୦ରୁ ୩୫ ଗୋଟି ଚିହ୍ନ ବସି ଯାଇଛି। ଶିକ୍ଷକ ଜଣକ ରାଗିଯାଇ ପଶୁକୁ ବାଡ଼େଇବା ଭଳି ଧନରାଜ୍କୁ ବାଡ଼େଇଥିବା ଜଣାପଡିଛି। ଧନରାଜ୍ ମଧ୍ୟ ସମସ୍ତ ଘଟଣା ବାପା-ମା’ଙ୍କୁ କାନ୍ଦି କାନ୍ଦି ଜଣାଇଥିଲା। ପରେ ଗ୍ରାମବାସୀଙ୍କ ସହିତ ବାପା ଲଗୁନୁ କୁନ୍ଦେଇ ଥାନାରେ ଲିଖିତ ଜଣାଇଛନ୍ତି।
ଏ ନେଇ କୁନ୍ଦେଇ ଥାନାରେ କେସ ନଂ ୪୯/୨୦୧୪ ରେ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ଶିକ୍ଷକ ଜୟ କୁମାର ଗଣ୍ଡଙ୍କୁ ଗିରଫ କରିବା ସହିତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/308b6692-02e6-43f7-bea2-b7c124a6d7ca.jpeg)