ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନରେ ରହିବ ନର୍ସିଂ କଲେଜ

ଭୁବ‌ନେଶ୍ବର : ବଲାଙ୍ଗୀର ଓ ସୋନପୁର ଜିଲାର ନର୍ସିଂ ମହାବିଦ୍ୟାଳୟଗୁଡ଼ିକ ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ଦୁଇ ଜିଲ୍ଲାରେ ଥିବା ସମସ୍ତ ନର୍ସିଂ ଶିକ୍ଷାନୁଷ୍ଠାନ ସହ ନୂଆ ଶିକ୍ଷାନୁଷ୍ଠନ ମଧ୍ୟ ଏହି ବିଶ୍ବବିଦ୍ୟାଳୟ ଅଧୀନରେ ରହିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଅବଗତ କରାଯାଇଛି। ବିଶ୍ବବିଦ୍ୟାଳୟ ଅଧୀନରେ ନୂଆ ଓ ପୁରୁଣା ନର୍ସିଂ ଶିକ୍ଷାନୁଷ୍ଠାନ ଅନୁବନ୍ଧିତ ହେବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର