ପୁଲିସ ପ୍ରାଥମିକ ବିଦ୍ୟାଳୟରେ ନ୍ୟୁଟ୍ରିସନ କିଚେନ ଗାଡେନର ଚାରା ରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା : ଭବାନୀପାଟଣା ସହରସ୍ଥିତ ପୁଲିସ ପ୍ରାଥମିକ ବିଦ୍ୟାଳୟ ଠାରେ ନ୍ୟୁଟ୍ରିସନ କିଚେନ ଗାଡେନର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ସମ୍ମାନୀତ ଅତିଥି ଏବିଇଓ ଠାକୁର ଚନ୍ଦ୍ର ସାହୁ, ରବି କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ଲେମ୍ବୁ, କଦଳୀ, ଅମୃତଭଣ୍ଡା, ସଜନା, ବାଇଗଣ, ଟମାଟୋ, ଫୁଲକୋବି, ଲଙ୍କା ପ୍ରଭୃତି ଚାରା ରୋପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଳାମ୍ବର ନାୟକ ଓ ଶିକ୍ଷୟତ୍ରୀ ଲାବଣ୍ୟମୟୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର