ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ

ଭୁବନେଶ୍ବର : କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବା ପାଇଁ ସଚେତନ କରାଯାଇଥିଲା। ସଂସ୍ଥାନର ନିର୍ଦେଶକ ଡ. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ. ମିନତି ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ତାଙ୍କ ଅଭିଭାଷଣରେ ସଚେତନତା ଓ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମହିଳାମାଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ଜୀବନ ଜୀବିକାର ଉନ୍ନତି ହୋଇପାରିବ ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ହିମାଚଳ ପ୍ରଦେଶ ମହିଳା ଆୟୋଗର ଅଧ୍ୟକ୍ଷା, ଡ. ଡେଜୀ ଠାକୁର ତାଙ୍କ ବକ୍ତବ୍ୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଓ ପୋଷଣର ଯତ୍ନ ନେବା ସଂଗେସଂଗେ ଅସୁବିଧା ସମୟରେ କମିଶନର ସାହାଯ୍ୟ ନେବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ରାଷ୍ଟ୍ରୀୟ ମହିଳା ଆୟୋଗ, ନୂଆଦିଲ୍ଲୀର ଅଧ୍ୟକ୍ଷା, ରେଖା ଶର୍ମା ଯୋଗଦାନ ଦେଇ ମହିଳାମାନଙ୍କ ଜମି ଅଧିକାର ବିଷୟରେ ସଚେତନ କରାଇଥିଲେ। ଏହି ପରିପେକ୍ଷୀରେ ଏକ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଏଥିରେ ସଂସ୍ଥାନର ୧୩ଟି ପୋଷ୍ୟଗ୍ରାମରୁ ୩୦୦ କୃଷିମହିଳା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏକ ପୋଷଣ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର