କଟକ: ଓକ୍ ଇଣ୍ତିଆ ମଲ୍ଟିଷ୍ଟେଟ୍ କ୍ରେଡିଟ କୋ-ଅପରେଟିଭ ସୋସାଇଟି ସ˚ସ୍ଥା ନିର୍ଦ୍ଦେଶକ ମ୍ରିଙ୍ଗଙ୍କା ଶେଖର ଚକ୍ରବର୍ତ୍ତୀଙ୍କ ଜାମିନ କଟକ ସ୍ବତନ୍ତ୍ର ଡେଜିଗ୍ନେଟ୍ଡ କୋର୍ଟ ଖାରଜ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଅଧିକ ସୁଧ ଲୋଭ ଦେଖାଇ ୩ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ମ୍ରିଙ୍ଗଙ୍କାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗତ ନଭେମ୍ବର ମାସ ୧୫ରେ ଗିରଫ କରିଥିଲା। ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଓଡ଼ିଶାରେ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ସେହିଭଳି ଭିବଗିଅର ଗ୍ରୁପ୍ ନିର୍ଦ୍ଦେଶକ ରାଣା ଭଦ୍ରାଙ୍କ ଜାମିନ ଆବେଦନ ସ୍ବତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ରମେଶ ଚନ୍ଦ୍ର ସାହୁଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗତ ଅକ୍ଟୋବର ୨୭ରେ କୋଲକାତାରୁ ରାଣାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।।
ଓକ୍ ଇଣ୍ଡିଆ ମୁଖ୍ୟଙ୍କ ଜାମିନ ଖାରଜ
/sambad/media/post_attachments/wp-content/uploads/2018/11/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)