ବାଇକ୍‌ ଦୁର୍ଘଟଣାରେ ଓଏପିଏଫ୍‌ ଯବାନଙ୍କ ମୃତ୍ୟୁ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡ଼ା ରାଜପଥରେ ବାଇକ୍‌ ଦୁର୍ଘଟଣାରେ ଜଣେ ଓଏପିଏଫ୍‌ ଯବାନଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାରେ କାର୍ଯ୍ୟରତ ଦେବଗଡ଼ ଥାନା ଅନ୍ତର୍ଗତ ସାନ ଶିରୋଡ଼ିହି ଗ୍ରାମର ଭଜମନ ଜାରିକାଙ୍କ ପୁଅ ଘାଶିରାମ ଜାରିକା(୩୦) ରବିବାର ରାତି ପ୍ରାୟ ୧୦ଟା ସମୟରେ ଜରପଡ଼ାରୁ ଜଣେ ସାଥୀଙ୍କର ବୁଲେଟ୍‌ (ଓଡି-୧୪ଡି-୭୪୬୬) ଯୋଗେ ରାଞ୍ଚି-ବିଜୟୱାଡା ରାଜପଥ ଦେଇ ଘରକୁ ଫେରୁଥିଲେ। ତେବେ କୁଶପଙ୍ଗା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଭାରସାମ୍ୟ ହରାଇ ବୁଲେଟ୍‌ ସହ ସେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନା ପାଇ ଦେବଗଡ଼ ଥାନା ପୁଲିସ ମୃତଦେହ ଉଦ୍ଧାର କରିବା ସହ ସୋମବାର ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର