ଟିଟିଲାଗଡ଼: ଟିଟିଲାଗଡ଼ ରେଳବାଇରେ ସହକାରୀ ଲୋକୋପାଇଲଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ସ୍ଥାନୀୟ ଝାଙ୍କରପଡ଼ାରେ ରହୁଥିବା ବିନ୍ଦୁବଳୟ ରାଉତରାୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ରାଜ୍ୟରେ ୯ମ ସ୍ଥାନ ଅଧିକାର କରିଥିବାରୁ ଓଏଏସ୍ ଅଧିକାରୀ ହେବାକୁ ଆଶାବାଦୀ ରହିଛନ୍ତି। ୨୦୧୩ ମସିହାରେ ବିନ୍ଦୁ ତାଙ୍କ ପିତା ବରିଷ୍ଠ ସାମ୍ବାଦିକ ବିଜୟ ରାଉତରାୟଙ୍କୁ ହରାଇଥିବା ବେଳେ ପରିବାରର ବୋଝ ନିଜ କାନ୍ଧକୁ ନେଇଥିଲେ। ୨୦୧୬ ମସିହାରେ ସେ ପ୍ରଥମେ ଓପିଏସ୍ସି ପରୀକ୍ଷା ଦେଇ ବିଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଆଉ ୩ ଥର ମଧ୍ୟ ନିରାଶ ହୋଇଥିଲେ। ୨୦୧୯ ମସିହାରେ ରେଳବାଇରେ ସହକାରୀ ଲୋକୋପାଇଲଟ ଭାବେ ଯୋଗଦେଇଥିଲେ। ପଞ୍ଚମ ଥରରେ ସେ ଓପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କହିଛନ୍ତି।
ସହକାରୀ ଲୋକୋପାଇଲଟରୁ ଓଏଏସ୍; ୯ମ ରାଙ୍କରେ ବିନ୍ଦୁବଳୟ ରାଉତରାୟ
/sambad/media/post_attachments/wp-content/uploads/2023/08/Man-Clears-OAS_Thumbnail.jpg)