କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ପ୍ରାଧିକୃତ ଅଧିକାରୀ କନ୍ଧମାଳ ଜିଲ୍ଲାର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳଙ୍କ ରୁଦ୍ର ପ୍ରସନ୍ନ ସାହୁ(ଓଏଏସ୍)ଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ସାହୁଙ୍କ ୪୫ ଲକ୍ଷ ୪୨ ହଜାର ୯୦୭ ଟଙ୍କାର ସଂପତ୍ତି ବାଜ୍ୟାପ୍ତି କରାଯିବ। ୩୦ ଦିନ ଭିତରେ ଶ୍ରୀ ସାହୁଙ୍କ ଏହି ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରାଯିବ। ମାମଲାର ବିବରଣୀରୁ ପ୍ରକାଶ ଯେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୨୦୦୯, ଅଗଷ୍ଟ ୨୧ରେ ଶ୍ରୀ ସାହୁଙ୍କ ଅନୁଗୋଳସ୍ଥିତ ପୈତୃକ ଘର ଓ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା। ଶ୍ରୀ ସାହୁଙ୍କ ଆୟ ବହିର୍ଭୂତ ସଂପତ୍ତି ବାଜ୍ୟାପ୍ତି ପାଇଁ ଭିଜିଲାନ୍ସ ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ଗିରିଜା ପ୍ରସାଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।
ଓଏଏସ୍ ଅଧିକାରୀଙ୍କ ସଂପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ
/sambad/media/post_attachments/wp-content/uploads/2017/11/judgement-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)