ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି | ପାଖାପାଖି ୨୧ ଜଣ ଅଫିସରଙ୍କର ବଦଳି କରାଯାଇଛି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏ ବାବଦରେ ସୂଚନା ଦିଆଯାଇଛି | ନଜର ପକାନ୍ତୁ କେଉଁ ଅଫିସରଙ୍କୁ କେଉଁ ସ୍ଥାନକୁ ବଦଳି କରାଯାଇଛି |

ସୁଜାତା ଶୁଭଦର୍ଶିନୀ ନାୟକ,ଆଠଗଡ଼ ଅତିରିକ୍ତ ଉପ ଜିଲ୍ଲାପାଳ ଥିବାବେଳେ ଅତିରିକ୍ତ ଉପ ଜିଲ୍ଲାପାଳ, କଟକ ଭାବେ ବଦଳି କରାଯାଇଛି | ବୌଦ୍ଧରେ ବିଡ଼ିଓ ଥିବା ଅଶ୍ୱିନୀ କୁମାର ମେହେରଙ୍କୁ ଡେପୁଟି ସେକ୍ରେଟେରୀ, କ୍ରୀଡା ଓ ଯୁବ ବିଭାଗ ଭାବେ ବଦଳି କରାଯାଇଛି | ସେହିପରି ଖୋର୍ଦ୍ଧା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ତାଲତ ଆଫ୍ରିନଙ୍କୁ ଓଏମସିର ସ୍ୱତନ୍ତ୍ର ଅଧିକାରୀ ଭାବେ ବଦଳି କରାଯାଇଛି |

ସମ୍ବନ୍ଧିତ ଖବର