ଭୁବନେଶ୍ବର : ଆଜି ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଛି। ଏଥିରେ ବିଏମ୍ସିର ଡେପୁଟି କମିସନର ସ୍ତରରେ ବଡ଼ ଅଦଳବଦଳ ହୋଇଛି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ଅତିରିକ୍ତ ସଚିବ ଏବଂ ଓଡ଼ିଆ ଭର୍ଚୁଆଲ ଏକାଡେମିର ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମବାୟ ବିଭାଗକୁ ବଦଳି ହୋଇଛି। ତାଙ୍କୁ ‘କାଳିଆ’ ଯୋଜନାର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ମହାପାତ୍ର ମଧ୍ୟ ଓଡ଼ିଆ ଭର୍ଚୁଆଲ ଏକାଡେମିର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।
ସେହିପରି ବିଏମ୍ସିର ଯୁଗ୍ମ କମିସନର ବିମଳେନ୍ଦୁ ରାୟଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଏବଂ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକ (ଅପରେସନ୍) ଦାୟିତ୍ବରେ ଥିବା ବିଜୟ କୁମାର ସ୍ବାଇଁଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ବିଏମ୍ସିର ଡେପୁଟି କମିସନର ଶୁଭ୍ରାଶୁଂ ମିଶ୍ରଙ୍କୁ ଓଡ଼ିଶା କୃଷି ବିପଣନ ବୋର୍ଡର ଓଏସ୍ଡି, ବିଡିଏର ଆବଣ୍ଟନ ଅଧିକାରୀ ରୁପକ କୁମାର ପଟ୍ଟନାୟକଙ୍କୁ ବିଏମ୍ସିର ଡେପୁଟି କମିସନର, ବିଏମ୍ସିର ଡେପୁଟି କମିସନର ଦୀପ୍ତିରାଣୀ ସାହୁଙ୍କୁ ବିଡିଏର ଆବଣ୍ଟନ ଅଧିକାରୀ, ଘଙ୍ଗାପାଟଣାସ୍ଥିତ ରୋଟିର ପ୍ରଶାସନିକ ଅଧିକାରୀ ପ୍ରବୀର କୁମାର ଖିଲାରଙ୍କୁ ବିଏମ୍ସିର ଡେପୁଟି କମିସନର ଭାବେ ନିଯୁକ୍ତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Govt-Jobs-in-Odisha.jpg)