ଯାଜପୁର: ଓଏଏସ୍ ଅଫିସରଙ୍କ ଘରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ଆଜି ବାଲିଚନ୍ଦ୍ରପୁର ଥାନାରେ ଅତିରିକ୍ତ ଏସପି ବି ବି ବେହେରା ପହଞ୍ଚିଛନ୍ତି। ଓଏଏସ ଅଧିକାରୀ ପ୍ରମୋଦ ପୃଷ୍ଟିଙ୍କ ଘରେ ନାବାଳିକା ଝିଅକୁ କାମକରିବାକୁ ଛାଡିଥିବା ସ୍ଥାନୀୟ କୁସୁପୁର ଗାଁର ବ୍ରହ୍ମାନନ୍ଦ ଜେନାଙ୍କୁ ପୁଲିସ ଆଣି ନିଜ ହେପାଜତରେ ରଖି ପଚରାଉଚରା ଚଳାଇଛି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ଘଟଣା ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ଅତିରିକ୍ତ ଏସପି।
ଗତକାଲି ଓଏଏସ୍ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶଶୁର ଅଭିଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଘଟଣାର ସିବିଆଇ କିମ୍ବା ଏସଆଇଟି ଗଠନ କରି ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ମା’ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ କରିଥିବା ବେଳେ ପ୍ରକୃତ ସତ ପଦାକୁ ଆଣିବାକୁ ହେଲେ ଅଭିଯୋଗର ତଦନ୍ତ ଏସଆଇଟି କିମ୍ବା ସିବିଆଇ ଦ୍ବାରା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
ପ୍ରଫୁଲ୍ଲଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ସେ ଏକାମ୍ର କଲେଜର ଅଧ୍ୟକ୍ଷ ଭାବେ ଅବସର ନେଇଥିବା ବେଳେ ତାଙ୍କୁ ଏବେ ୮୪ ବର୍ଷ ବୟସ। ୧୯୯୨ରେ ଉଚ୍ଚରକ୍ତ ଚାପ ଯୋଗୁଁ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ସେହି ସମୟରେ ସେ ଭଲ ଭାବେ କଥା କହି ପାରୁ ନାହାନ୍ତି। ୨୦୧୭ରେ ତାଙ୍କ ହାର୍ଟ ଅପରେସନ୍ ହେବା ପରେ ସେ ଘରେ ବହୁ କଷ୍ଟରେ ରହୁଛନ୍ତି। ଘରୋଇ ସହାୟକ ଜଣେ ଯୋଗାଡ ପାଇଁ ସେ ବ୍ରହ୍ମାନନ୍ଦଙ୍କୁ ଅନୁରୋଧ କରିଥିଲେ। ୨୦୧୯ରୁ ପୀଡିତା ତାଙ୍କ ଘରେ କାମ କରୁଥିଲେ। ପ୍ରଫୁଲ୍ଲଙ୍କ ଘରେ ରହିବା ବେଳେ ପୀଡିତା ନିର୍ଦ୍ଦିଷ୍ଟ ଫୋନ୍ ନମ୍ବରରେ ଜଣେ ଯୁବକ ସହିତ ଚାଟିଂ କରୁଥିଲେ। ଏଭଳି ଘଟଣା ପ୍ରଫୁଲ୍ଲଙ୍କ ପତ୍ନୀଙ୍କ ଦୃଷ୍ଟିକୁ ଆସିବା ପରେ ସେମାନେ ପୀଡିତାଙ୍କୁ ଘରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ପୀଡିତାଙ୍କ ମା’ ଭୁବନେଶ୍ବର ଘରକୁ ଆସି ଦୁର୍ଗାପୂଜା ପୂର୍ବରୁ ପୀଡିତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଏହାପରେ ନଭେମ୍ବର ୨ରେ ପୀଡିତାଙ୍କ ମା’ ବାଲିଚନ୍ଦ୍ରପୁର ଥାନାରେ ତାଙ୍କ ବିରୋଧରେ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2020/11/highcourt.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/t-88.jpg)