ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଓଏଏସ୍‌ ଅଫିସର୍‌ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ରୋଟିର ନିର୍ଦ୍ଦେଶକ ଥିବା ଶଶଧର ନାୟକଙ୍କୁ କଟକର ଜମି ରେକର୍ଡ ଓ ସର୍ଭେର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଅଭୟ କୁମାର ନାୟକ ରୋଟିର ନି‌େର୍ଦ୍ଦଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଅବକାରୀ ବିଭାଗର ଯୁଗ୍ମ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନଙ୍କର କ୍ରୀଡ଼ା ଓ ଯୁବ ସେବା ବ୍ୟାପାରର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି। ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ରୁଦ୍ର ନାରାୟଣ ମହାନ୍ତିଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଉନ୍ନୟନ ଅଧିକାରୀ ପ୍ରତିଭା ଦୋରାଙ୍କୁ ଗଣଶିକ୍ଷା ବିଭାଗର ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ମୋ ସ୍କୁଲ୍‌ ଅଭିଯାନର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର