ପ୍ରକାଶ ପାଇଲା ଓଏଏସ୍ ପରୀକ୍ଷା ଫଳ, ଜାଣନ୍ତୁ କିଏ ପାଇଲେ କେଉଁ ସ୍ଥାନ ?

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୮ର ପରୀକ୍ଷା ଫଳ | ଏହି ପରୀକ୍ଷାରେ ସମୁଦାୟ ୨୧୮ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୭୨ ଜଣ ମହିଳା ରହିଛନ୍ତି |  ଦେବାଶିଷ ପଣ୍ଡା ପ୍ରଥମ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଋତୁପର୍ଣ୍ଣା ମହାପାତ୍ର | ତୃତୀୟ ସ୍ଥାନ ଆକାଶ କୁମାର ପଣ୍ଡା ଅଧିକାର କରିଥିବାବେଳେ ଚତୁର୍ଥ ସ୍ଥାନରେ ରହିଛନ୍ତି ସନ୍ତୋଷିନୀ ଦାଶ | ସେହିଭଳି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା | ଅନ୍ୟ ପକ୍ଷରେ ଷଷ୍ଠ ସ୍ଥାନ ଶକ୍ତିଶ୍ରୀ ସାହୁ, ସପ୍ତମ ସ୍ଥାନ ଶତାବ୍ଦୀ ରାୟ, ଅଷ୍ଟମ ସ୍ଥାନ ଦମୟନ୍ତୀ ସାହୁ, ନବମ ସ୍ଥାନ ଶକ୍ତି ମହାପାତ୍ର ଓ  ଦଶମ ସ୍ଥାନ ସ୍ମରଣିକା ତୁଳ ଅଧିକାର କରିଛନ୍ତି | ପରୀକ୍ଷାର୍ଥୀ ଓପିଏସସିର ଆଧିକାରୀକ ୱେବସାଇଟରୁ  ନିଜ ରେଜଲ୍ଟ ବାବଦରେ ଜାଣିପାରିବେ ବୋଲି ଓଡ଼ିଶା ଲୋକସେବା ଆୟ‌ୋଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ନିଜର ପ୍ରଥମ ପ୍ରତିକ୍ରିୟାରେ ଟପ୍ପର ଦେବାଶିଷ ପଣ୍ଡା କହିଛନ୍ତି କି ମୁଁ ଟପ୍ପର ହେବି ବୋଲି ଭାବି ନଥିଲି। ପରୀକ୍ଷା ଫଳ ଜାଣିବା ପରେ ଖୁସୀ ଲାଗୁଛି।

ନିମ୍ନରେ ଶ୍ରେଷ୍ଠ ୧୫ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରଦାନ କରାଗଲା:
ଦେବାଶିଷ ପଣ୍ଡା-ପ୍ରଥମ,ଦ୍ଵିତୀୟ-ଋତୁପର୍ଣ୍ଣା ମହାପାତ୍ର, ତୃତୀୟ-ଆକାଶ କୁମାର ପଣ୍ଡା, ଚତୁର୍ଥ-ସନ୍ତୋଷିନୀ ଦାଶ, ପଞ୍ଚମ-ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଷଷ୍ଠ-ଶକ୍ତିଶ୍ରୀ ସାହୁ, ସପ୍ତମ-ଶତାବ୍ଦୀ ରାୟ, ଅଷ୍ଟମ-ଦମୟନ୍ତୀ ସାହୁ, ନବମ-ଶକ୍ତି ମହାପାତ୍ର, ଦଶମ-ସ୍ମରଣିକା ତୁଳ, ଏକାଦଶ-ସଂପତ କୁମାର ଦାସ, ଦ୍ୱାଦଶ-ରଶ୍ମି ରଞ୍ଜନ ରାଉତ, ତ୍ରୟୋଦଶ-ପ୍ରତୀକ ସାହୁ, ଚତୁର୍ଦ୍ଦଶ-ସାର୍ଥକ ସୌରଭ ମହାପାତ୍ର, ପଂଚଦଶ-ସାରଦା ପ୍ରସନ୍ନ ପଣ୍ଡା। ସଂପୂର୍ଣ୍ଣ ତାଲିକା ଲାଗି ନିମ୍ନୋକ୍ତ ଲିଙ୍କକୁ କ୍ଲିକ୍ କରନ୍ତୁ।  http://opsc.gov.in/Admin/ContAttach/051819_OCS_Final_Result.pdf

 

ସମ୍ବନ୍ଧିତ ଖବର