ଓଏଏସ୍‌ ରେଜଲ୍ଟ ପ୍ରକାଶିତ; ଅଶ୍ୱିନୀ ପଣ୍ଡା ଟପ୍ପର, ଅଙ୍କୁର ଅଭିଳାଷ ଦ୍ୱିତୀୟ

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ରେଜଲ୍ଟ -୨୦୧୯ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ୍‌ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ତେବେ ଏହି ସିଭିଲ ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ବେଳେ ଅଙ୍କୁର ଅଭିଳାଷଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି। ଶୀର୍ଷ ୧୦ ସ୍ଥାନରେ ମହିଳା ଅଛନ୍ତି। ମୋଟ ୫୬ ଜଣ ମହିଳା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ।

ଓଏଏସ୍‌ ପରୀକ୍ଷାର ତୃତୀୟରେ ରଶ୍ମୀରେଖା ପାତ୍ର, ୪ର୍ଥରେ ସୌମ୍ୟରଂଜନ ପ୍ରଧାନ, ୫ମରେ ସିଦ୍ଧେଶ୍ୱର ନାୟକ, ୬ଷ୍ଠରେ କିରଣ କୁମାର ମହାନ୍ତି, ୭ମରେ ପ୍ରଦୋଷ ପ୍ରଧାନ, ୮ମରେ ଆୟୁଷି ପତି, ୯ମରେ ନିବେଦିତା ନାୟକ ଓ ୧୦ମରେ କୌଶିକ ପଟ୍ଟନାୟକ ଅଛନ୍ତି।

ଅନୁସୂଚିତ ଜନଜାତି ବର୍ଗରେ ୨୪ ଜଣ, ଅନୁସୂଚିତ ଜାତି ବର୍ଗରେ ୧୮ ଜଣ, ଭିନ୍ନକ୍ଷମ ବର୍ଗରେ ୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ୪୭ ହଜାର ୭୧୯ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୫ ହଜାର ୭୮୦ ଜଣ ପ୍ରିିଲିମିନାରୀ ପରୀକ୍ଷା ଦେଇଥିଲେ । ମୋଟ ୧୮୮୦ ଜଣ ଲିଖିତ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ୧୬୧୦ ଲିଖିତ ପରୀକ୍ଷା ଦେଇଥିଲେ । ୩୦୭ ଜଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ୨୦୨୦ ମାର୍ଚ୍ଚ ୧୫ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ହୋଇଥିବା ବେଳେ କରୋନା ଯୋଗୁଁ ଅନ୍ୟ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା । ଲିଖିତ ପରୀକ୍ଷା ହୋଇଥିଲା ୨୦୨୦ ଡିସେମ୍ବରରେ । ଶେଷରେ ଗତ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ କରାଯାଇଥିଲା ଇଣ୍ଟରଭ୍ୟୁ ବା ମୌଖିକ ପରୀକ୍ଷା ।

ସମ୍ବନ୍ଧିତ ଖବର