କଟକ : ଓଏଏସ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ସୁନ୍ଦରଗଡ଼ର ଦେବାଶିଷ ପଣ୍ଡା ଏହି ପରୀକ୍ଷାରେ ଟପର ହୋଇଥିବା ବେଳେ ଋତୁପର୍ଣ୍ଣା ମହାପାତ୍ର ଦ୍ବିତୀୟ ଓ ଆକାଶ କୁମାର ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏହି ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨୧୮ ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଛି। ସେମାନଙ୍କ ମଧ୍ୟରେ ୭୨ ଜଣ ମହିଳା ରହିଛନ୍ତି। ଏହି ପ୍ରାର୍ଥୀଙ୍କୁ ଓଡ଼ିଶା ସିଭିଲ ସର୍ଭିସେସ୍ (ଗ୍ରୁପ୍-ଏ ଓ ଗ୍ରୁପ୍-ବି) ଅଧୀନରେ ଥିବା ବିଭିନ୍ନ ପଦ ପଦବିରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଓପିଏସସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୮ର ମୁଖ୍ୟ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ୨୦୧୯ ଡିସେମ୍ବର ୧୭ରୁ ୨୦୧୯ ଡିସେମ୍ବର ୨୮ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ଏହାପରେ ଚୂଡାନ୍ତ ପରୀକ୍ଷା ଫଳ ଆଜି ଓପିଏସସି ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଓସିଏସ୍ ପରୀକ୍ଷା,୨୦୧୮ ପାଇଁ ଓପିଏସସି ପକ୍ଷରୁ ୨୦୧୮ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଓଏଏସ୍, ଓପିଏସ୍ ଓ ଓଏଫଏସ୍ ସହିତ ଅନ୍ୟ ବର୍ଗରେ ୨୧୮ଟି ପଦବି ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୮ ନଭେମ୍ବର ୨୫ରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରିଲିମିନାରୀ ପରୀକ୍ଷାରେ ୨୬୬୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ୨୦୧୯ ଜୁଲାଇ ୫ରୁ ୨୦୧୯ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଲିଖିତ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/debasis.jpeg)