ବାମରା/ଯାଜପୁର/କଣ୍ଟିଗଡ଼ିଆ: ୨୦୧୯ ବ୍ୟାଚ୍ର ଓଏଏସ୍ ଟପର୍ ତଥା ଏବେ ସମ୍ବଲପୁର ଜିଲ୍ଲାର ବାମରା ତହସିଲଦାର ଥିବା ଅଶ୍ୱିନୀ କୁମାର ପଣ୍ଡା ଏବଂ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଏହି ଯୁବ ଓଏଏସ୍ ଅଧିକାରୀଙ୍କ ସହିତ ତାଙ୍କ ଡ୍ରାଇଭରକୁ ଗିରଫ କରିଛି। ବାମରା ବ୍ଲକ୍ ସଦର ମହକୁମାସ୍ଥିତ ଗୋବିନ୍ଦପୁର ଗ୍ରାମର ଭିକି ନାଏକ ଏକ ଜମି ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସ୍ରେ ଆବେଦନ କରିଥିଲେ। ତେବେ ଏଥିପାଇଁ ତହସିଲଦାର ଶ୍ରୀ ପଣ୍ଡା ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଭିକି ନିଜ ଅକ୍ଷମତା ପ୍ରକାଶ କରି ୧୫ ହଜାର ଟଙ୍କା ଦେବାକୁ ରାଜି ହେବାରୁ ଉଭୟ ପକ୍ଷଙ୍କ ମଧ୍ୟରେ କଥା ଛିଣ୍ଡିଥିଲା।
ମାଡ଼ିବସିଲା ଭିଜିଲାନ୍ସ
ଗିରଫ ହେଲେ ବାମରା ତହସିଲଦାର
ଯାଜପୁର, ଭୁବନେଶ୍ବର ବାସଭବନରେ ଚଢ଼ଉ
ଏହାପରେ ଭିକି ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଦିନ ୧୧ଟାରେ ତହସିଲଦାରଙ୍କ ଡ୍ରାଇଭର ପ୍ରବୀଣ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ବାବଦ ୧୫ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ପଚରାଉଚରା ପାଇଁ ତହସିଲଦାର ଶ୍ରୀ ପଣ୍ଡା ଓ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ଭିଜିଲାନ୍ସ ସମ୍ବଲପୁର ନେଇଥିବା ଜଣାପଡ଼ିଛି। ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ତହସିଲଦାର ଶ୍ରୀ ପଣ୍ଡାଙ୍କର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମରେ ଥିବା ପୈତୃକ ବାସଭବନ ଓ ଭୁବନେଶ୍ୱର ମେ’ଫେୟାର ରୋଡ୍ ନିକଟ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି। ଭୁବନେଶ୍ବର ବାସଭବନରୁ ନଗଦ ୪.୭୩ ଲକ୍ଷ ଟଙ୍କା ସମେତ ସୁନାଗହଣା ଜବତ କରାଯାଇଛି। ଗାଁରେ ୩ ମହଲା କୋଠା ଘର ଥିବାବେଳେ ସେଠାରେ ତାଙ୍କ ବାପାମାଆ ରହୁଛନ୍ତି। ଏ ନେଇ ଭିଜିଲାନ୍ସ କେସ୍ ନମ୍ବର ୧୭/୨୫, ପିସି ଆକ୍ଟ ୨୦୧୮ରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/13/sfsffsfcx-2025-09-13-02-10-48.jpg)