ସାଧାରଣ ପ୍ରଶାସନ ବିଭାଗର ସୂଚନା: ବଦଳିଲେ ବହୁ ସଂଖ୍ୟାରେ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଶନିବାର ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟ ସରାକାରଙ୍କ ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁସାରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଅତିରିକ୍ତ ସଚିବ ଭାବରେ ବଦଳି ହୋଇଛି। ନବରଙ୍ଗପୁର ଡିଆରଡିଏ ପିଡି ଲକ୍ଷ୍ମୀଧର ଦାସଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ ସଚିବ ଭାବରେ ବଦଳି ହୋଇଥିବା ବେଳେ ଗୋପବନ୍ଧୁ ଏକାଡେମିର ଅତିରିକ୍ତ କମିସନର ମନୋଜ କୁମାର ମହାନ୍ତି-୨ଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷକୁ ସଚିବ ଭାବରେ ବଦଳି ହୋଇଛି।

କୋରାପୁଟ ଜମି ଅତିରିକ୍ତ କମିସନର ରମାକାନ୍ତ ନାୟକଙ୍କୁ ନବରଙ୍ଗପୁର ଡିଆରଡିଏ ପିଡି ଭାବରେ ବଦଳି ହୋଇଥିବା ବେଳେ ଭୁବନେଶ୍ୱର ଏଡିଏମ ମାନସ ରଂଜନ ସାମଲଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଜମି ଅଧିକାରୀ ଭାବରେ ବଦଳି ହୋଇଛି। ସେହିପରି ବିଏମସି ଡେପୁଟି କମିସନର ବିନୟ କୁମାର ଦାଶଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଭାବରେ ବଦଳି ହୋଇଛି।

ସୁନ୍ଦରଗଡ଼ ଡିଆରଡିଏ ଅତିରିକ୍ତ ପିଡି ସୌଦାମିନୀ ସେଠୀଙ୍କୁ ଭୁବନେଶ୍ୱର ଇଡକୋକୁ ବଦଳି ହୋଇଥିବା ବେଳେ ଗଜପତି ଡିଆରଡିଏ ପିଡି ଅନାମ ଚନ୍ଦ୍ର ପାତ୍ରଙ୍କୁ ନୟାଗଡ଼ ଡିଆରଡିଏକୁ ପିଡି ଭାବରେ ବଦଳି ହୋଇଛି। ଯୁଗ୍ମ ସଚିବ ନୃପରାଜ ସାହୁଙ୍କୁ ଗଜପତି ଡିଆରଡିଏ ପିଡି ଭାବରେ ବଦଳି ହୋଇଥିବା ବେଳେ ଇଡକୋ ଜମି ଅଧିକାରୀ ଉଷାରାଣୀ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ମିଳିଛି। ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧିକାରୀ ରଜନୀ ଜାନୀଙ୍କୁ ଯୁଗ୍ମ ସଚିବ ଭାବରେ ବଦଳି ହୋଇଛି।

ବିଡିଏର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶିବନାରାୟଣ ନନ୍ଦଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ ରେଗୁଲେଟରି ଅଥରିଟିକୁ ଯୁଗ୍ମ ସଚିବ ଭାବରେ ବଦଳି ହୋଇଛି।

ସମ୍ବନ୍ଧିତ ଖବର