୩୦ ତାରିଖ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବତା ପାଳନ

ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଆଗାମୀ ୩୦ ତାରିଖ ସହିଦ ଦିବସ ଅବସରରେ ଦିନ ୧୧ଟାରେ ଦୁଇ ମିନିଟ ପାଇଁ ନିରବତା ପାଳନ କରାଯିବ। ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ସମୟରେ କୋଭିଡ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର