ମାଲକାନଗିରି: ଜିଲ୍ଲା ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କର ପାର୍ଥିବ ଶରୀର ଶତାଧିକ ବିଜେପି କର୍ମକର୍ତ୍ତା ଶେଷ ଦର୍ଶନ କରିଛନ୍ତି। ଦଳୀୟ ମର୍ଯ୍ୟାଦାରେ ପାର୍ଟିର ଚିହ୍ନ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଭିନ୍ନ ଦଳର ନେତା ଓ କର୍ମୀ ସହ ସ୍ଥାନୀୟ ଜନସାଧାରଣ ତାଂକର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିସହ ମାଲକାନଗିରି ନିର୍ବାଚନ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଉଭୟ ନରସିଂହ ମାଡ଼କାମି ଏବଂ ମଙ୍ଗୁ ଖିଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବା ସହିତ ଶେଷ ତଥା ବିଦାୟ ଯାତ୍ରାରେ ସାମିଲ ହୋଇଥିଲେ। ତାଂକର ଅକାଳ ବିୟୋଗରେ ସମସ୍ତେ ର୍ମିୟମାଣ।
ତାଂକର ପାର୍ଥିବ ଶରୀର ନିଜ ପୈତୃକ ଗ୍ରାମ ପଡିଆ ବ୍ଲକର ବାପନପାଲୀ ପଞ୍ଚାୟତର ରଦନପାଲୀରେ ପହଞ୍ଚିଥଲା। ତାଂକର ଶେଷ ଦର୍ଶନ ପାଇଁ ନିଜର ସଂପର୍କୀୟ ଏବଂ ଏହି ଅଂଚଳର ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ।ମାତ୍ର ୫୧ ବର୍ଷ ବୟସରେ ତାଂକର ମୃତ୍ୟୁ ହୋଇଥିବାରୁ ଏହାକୁ ସହଜରେ ଲୋକେ ଗ୍ରହଣ କରିପାରୁନଥିଲେ।ବିଜେପି ପାଇଁ ଥିଲେ ସେ ଜଣେ ଦକ୍ଷ ନେତା।ତାଂକର ପ୍ରଚାର ଓ ଜିଲ୍ଲାରେ ବିଜେପିର ଶକ୍ତି ବଢାଇବାରେ ତାଂକର ଅବଦାନ ଅତୁଳନୀୟ।ତାଂକୁ ଆଜି ସମସ୍ତେ ଝୁରୁଥିଲେ।ପ୍ରକାଶ ଥାଉକି ଗତକାଲି ଅପରାହ୍ନ ୫ଟାରେ ତାଂକର ପରଲୋକ ହୋଇଯାଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।ଅସୁସ୍ଥ ଥିବା ସତ୍ବେ ସେ ବିବେଜିର ପ୍ରଚାର ପ୍ରସାର ପାଇଁ ଚିନ୍ତା କରୁଥିଲେ।ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ସେ ବିଜେପି ପାଇଁ ହିଁ ଚିନ୍ତା କରୁଥିଲେ।ଜିଲ୍ଲାରେ ବିଜେପି ଦଳ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ସମସ୍ତେ ଆଲୋଚନା କରୁଥିଲେ।