ବ୍ୟାସନଗର: ଦଲାଲ ମାଧ୍ୟମରେ ଅନଲୋଡିଂକୁ ବିରୋଧ କରି ଯାଜପୁର ରୋଡ୍‌ ଟ୍ରକ ମାଲିକ ସଂଘ ଆହ୍ବାନରେ ୪ ଜିଲ୍ଲାରୁ ୧୦ ମାଲିକ ସଂଘ ଆଜି ବ୍ୟାସନଗର ସେଲିବ୍ରେସନ ମଣ୍ଡପରେ ଏକାଠି ହୋଇଛନ୍ତି। କୋଇଡ଼ାଠାରୁ ପାରାଦୀପ ପର୍ଯ୍ୟନ୍ତ ସମସ୍ତ ଟ୍ରକ ମାଲିକ ସଂଘର ଏକ ମିଳିତ ବୈଠକ ଯାଜପୁର ଜିଲ୍ଲା ସମେତ କେନ୍ଦୁଝର, ସୁନ୍ଦରଗଡ଼, ଜଗତସିଂହପୁର ୪ ଗୋଟି ଜିଲ୍ଲାରୁ ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ବୈଠକରେ ଯୋଗଦେଇ ପାରାଦୀପଠାରେ ଦଲାଲଙ୍କ ମାଧ୍ୟମରେ ଚାଲିଥିବା ଅନଲୋଡିଂକୁ ବିରୋଧ କରିଥିଲେ। ପାଇପ୍‌ ମାଧ୍ୟମରେ ଲୁହାପଥର ପାରାଦୀପକୁ ପଠାଇବାର ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିଥିଲେ। ଏଥିରେ କୋଇଡ଼ା, ଯୋଡ଼ା, ଭଦ୍ରାସାହି, କେନ୍ଦୁଝର, ଧର୍ମଶାଳା, ପାଣିକୋଇଲି ଓ ଜଗନ୍ନାଥ (ପାରାଦୀପ) ଟ୍ରକ ମାଲିକ ସଂଘ ମୁଖ୍ୟତଃ ଏହି ଦୁଇଟି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସମସ୍ୟା ସମାଧାନ ନିମନ୍ତେ ଏକ କମିଟି ଗଠନ କରି ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ରାଜ୍ୟ ପ୍ରଶାସନକୁ ତୁରନ୍ତ ସାକ୍ଷାତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Advertisment

ପାଇପ୍‌ ଯୋଗେ ଲୁହାପଥର ପରିବହନ ହେଲେ ଖଣି ଅଞ୍ଚଳ ସମେତ ରାଜ୍ୟର ଲକ୍ଷାଧିକ ଲୋକ ଜୀବିକା ହରାଇବେ। ଟ୍ରକ ବ୍ୟବସାୟ କ୍ଷତିଗ୍ରସ୍ତ ହେଲେ ରାଜ୍ୟର ଲକ୍ଷାଧିକ ଲୋକ ପ୍ରଭାବିତ ହେବେ ବୋଲି ଦାବି କରିଥିଲେ। ଯାଜପୁର ରୋଡ୍‌ର ସଭାପତି ଅମିୟରଞ୍ଜନ ବାରିକଙ୍କ ସଭାପତିତ୍ୱରେ ହୃଦାନନ୍ଦ ସାମଲ, କିଶୋର କୁମାର ରାଉତ, ବ୍ରଜ କିଶୋର ରାଉତ, ଦିଲୀପ କୁମାର ମଲିକ, ପାରାଦୀପର ସମ୍ପାଦକ ବିଶ୍ୱରଂଜନ ପଲେଇ, କେନ୍ଦୁଝର ସଂଘର ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ଦେବୁ ପଟ୍ଟନାୟକ, ଯୋଡ଼ା ସଂଘର ସୁଶାନ୍ତ କୁମାର ବାରିକ, ଉପସଭାପତି ବିଜୟ ଆପଟ, ଅଶୋକ କୁମାର କାରୁଆ, କୋଇଡ଼ା ସଂଘର ଉପସଭାପତି ଶରତ ମହାକୁଡ଼, ଭଦ୍ରାସାହିର ଇନ୍ଦ୍ରଜିତ ବାରିକ, ଆଞ୍ଚଳିକ ସଂଘର ରାଜେନ୍ଦ୍ର ବାରିକ, ଧର୍ମଶାଳା ସଭାପତି ସୂର୍ଯ୍ୟମଣି ବେହେରା, ପାଣିକୋଇଲି ସମ୍ପାଦକ ଭାଗ୍ୟଧର ରାୟଙ୍କ ସମେତ ଯାଜପୁର ରୋଡ୍‌ ସଂଘ ସଭାପତି କିଶୋର ରାଉତ, ବିଜୟ ଜେନା, ଜୟଜିତ ପରିଡ଼ା, ସମସ୍ତ ଉପଦେଷ୍ଟା ମଣ୍ଡଳୀ କାର୍ଯ୍ୟକାରୀ କମିଟିର ବିଜୟ କୁମାର ମହାନ୍ତି, ଅଶୋକ ଦାସ, ଅଶୋକ ନାୟକ, ରାଜ କିଶୋର ପ୍ରଧାନ, ଆନନ୍ଦ ବଳ, ନିରଞ୍ଜନ ସାହୁ, ମିର୍ଜା ଅଲିରାଜ ବେଗ, ସୌଭାଗ୍ୟ ବାରିକ ଯୋଗଦେଇଥିଲେ।