ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ  ୭ଜଣ ଯୁବକଙ୍କୁ ଭେଡେନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।

Advertisment

ପରେ ସେହି ସମ୍ପର୍କରେ ତିକ୍ତ ଭାବ ସୃଷ୍ଟି ହେବାରୁ ବସନ୍ତ ପଟେଲ ନିଜ ପାଖରେ ରଖିଥିବା ନାବାଳିକାଙ୍କ ଅଶ୍ଲୀଳ ଫଟୋକୁ ମୋବାଇଲରେ ଭାଇରାଲ କରିଥିଲେ। 

ଏ ସମ୍ପର୍କରେ ନାବାଳିକା ଜାଣିବା ପରେ ଭେଡେନ ଥାନାରେ ଅଭିଯୋଗ କରିଥିଲେ।  ଏହାକୁ ଗୁରୁତ୍ୱ ଦେଇ ଭେଡେନ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶଙ୍କ ନେତୃତ୍ବରେ ଭେଡେନ ପୁଲିସ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲଙ୍କୁ ଗିରଫ କରିଥିଲେ।

ଏହା ସହିତ ଫଟୋ ଭାଇରାଲ କରିଥିବା ଅନ୍ୟ ଯୁବକ ଛବିଲ ମେଲ୍ଲି(୨୩) ,ଜୀବର୍ଦ୍ଧନ ବେହେରା(୨୪),ପ୍ରକାଶ ପଧାନ(୨୪) ,ସୁବ୍ରତ ପଧାନ(୨୬),ତୋଷବନ୍ତ ପଧାନ(୨୬), ପ୍ରଫୁଲ୍ଲ ବେହେରା(୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Bargarh | Crime