ଭୁବନେଶ୍ବର : ଚଳିତମାସ ୨୬ତାରୁଖରୁ କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ୍ ଯୋଡ଼ୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ କଂଗ୍ରେସର ଅନୁସୂଚିତ ଜାତି ‌ସେଲ୍‌ ପକ୍ଷରୁ ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ବାଙ୍କନିଧି ବେହେରା ଏହାକୁ ଅନୁମୋଦନ କରିଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ପଞ୍ଚାୟତ, ଜୋନ୍ ଓ ବ୍ଲକ୍‌ସ୍ତରରେ ଅନୁସୂଚିତ ଜାତି ବିଭାଗର ଲୋକ କିଭଳି ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ ହେବେ ତାହାକୁ ସୁନିଶ୍ଚିତ କରାଇବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Advertisment

ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷ ଭାବେ ରୁକମଣୀ ଦଳେଇଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ବାଲେଶ୍ବର ପା‌ଇଁ ରଂଜନ ବେହେରା, ବରଗଡ଼ ଶ୍ରୀଧର ବାରିକ, ଭଦ୍ରକ ଗଣେଶ୍ବର ମଲ୍ଲିକ, ବଲାଙ୍ଗୀର କମଳ ତାଣ୍ଡି ଓ ତରଣୀସେନ ବାରିକ, ବୌଦ୍ଧ ଶିବଶଙ୍କର ବେହେରା, ଭୁବନେଶ୍ବ ତାପସ ସେଠୀ, କଟକ ଦେବେନ୍ଦ୍ର ଦାସ, କଟକ ନଗର ତ୍ରିନାଥ ବେହେରା, ଢେଙ୍କାନାଳ ରମାକାନ୍ତ ପ୍ରଧାନ, ଦେବଗଡ଼ ନରୋତ୍ତମ ନାୟକ, ଯାଜପୁର ଦେବୀ ପ୍ରସାସ ସେଠୀ, ଝାରସୁଗୁଡ଼ା ପ୍ରଶାନ୍ତ ସେଠୀ, ଖୋର୍ଧା ମଣ୍ଟୁ ମଲ୍ଲିକ ଓ ରମାକାନ୍ତ ନାଏକ, କେନ୍ଦ୍ରାପଡ଼ା ପ୍ରଶାନ୍ତ ମଲ୍ଲିକ, କୋରାପୁଟ ସନ୍ତୋଷ କୁମ୍ଭାର, କେନ୍ଦୁଝର କ୍ଷୀରେଦ ପାତ୍ର, କନ୍ଧମାଳ ନେତ୍ରାନନ୍ଦ ଦୀପ, କଳାହାଣ୍ଡି ବୀରେନ୍ଦ୍ର ବାଗ, ମୟୂରଭଞ୍ଜ ରତ୍ନାକର ଜେନା, ମାଲକାନଗିରି ବିରଞ୍ଚି ବାଗ, ନୟାଗଡ଼ ସଚ୍ଚିଦାନନ୍ଦ ନାଏକ, ନୂଆପଡ଼ା ଦିଗାମ୍ବର ଦୁରିଆ, ନବରଙ୍ଗପୁର ପ୍ରତାପ ସୁନାନୀ, ପୁରୀ ସୁକାନ୍ତ ତାଣ୍ଡି, ରାୟଗଡ଼ା ମନୋଜ ବାଗ, ରାଉରକେଲା କାର୍ତ୍ତିକ ତନ୍ତି, ସମ୍ବଲପୁର ଟିକନ ବେହେରା, ସୋନପୁର ସୁରେଶ ମହାନନ୍ଦ, ସୁନ୍ଦରଗଡ଼ ବନମାଳି ବିଷୋୟୀଙ୍କୁ ନିଯୁକ୍ତି ମିଳିଛି।