ଓସିଏ ନିର୍ବାଚନ : ମୂଳପୋଛ କରିନେଲେ ଆଶୀର୍ବାଦଙ୍କ ଗୋଷ୍ଠୀ

ପଙ୍କଜ ସଭାପତି, ସ˚ଜୟ ସମ୍ପାଦକ

କଟକ : ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ରେ ପୁଣି ଆଶୀର୍ବାଦ ବେହେରାଙ୍କ ରାଜୁତି କାଏମ ରହିଛି। ଯଦିଓ ଆଶୀର୍ବାଦ ସିଧାସଳଖ ନିର୍ବାଚନରେ ଲଢିନାହାନ୍ତି, କିନ୍ତୁ ତାଙ୍କ ପ୍ୟାନେଲ୍‌ର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଓସିଏର ଦଶମ ସଭାପତି ଭାବେ ବୌଦ୍ଧରୁ ପଙ୍କଜ ଲୋଚନ ମହାନ୍ତି ଓ ଷଷ୍ଠ ସମ୍ପାଦକ ଭାବେ ଆଶୀର୍ବାଦଙ୍କ ସାନ ପୁଅ ସ˚ଜୟ ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ଉପ ସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌ ଓ କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଭଲ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନାମାଙ୍କନ ଦାଖଲ କରିବା ଦିନଠୁ ଆପେକ୍ସ କାଉନସିଲ ସଦସ୍ୟ ଭାବେ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜୟୀ ହୋଇଥିଲେ।

ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌ ମଜୁମଦାର, ବିସିସିଆଇ ପର୍ଯ୍ୟବେକ୍ଷକ ହେମ୍‌ କୁମାର ପାଣ୍ଡେଙ୍କ ତତ୍ତ୍ବାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ସାଢେ ୯ଟାରୁ ଭୋଟଗ୍ରହଣ ଆରମ୍ଭ େହାଇଥିଲା। ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସଙ୍କ ସମେତ ୭୦ଜଣ ସଦସ୍ୟ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଖେଳାଳି ସ˚ଜୟ ରାଉଳ ତାଙ୍କ ଭାଇଙ୍କ ଜରିଆରେ ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ୍‌ ପଠାଇଥିବାବେଳେ ଆଶୀର୍ବାଦ ବେହେରାଙ୍କ ବାଲଟକୁ ଝାରପଡ଼ା ଜେଲ୍‌ର କଏଦୀ କଲ୍ୟାଣ ଅଧିକାରୀ ସୁନାକର ପ୍ରଧାନ ଆଣି ଓସିଏରେ ପହଞ୍ଚିଥିଲେ। ପୂର୍ବତଟ ରେଳବାଇର ପ୍ରତିନିଧି ବିଜୟ କୁମାର ମିଶ୍ରଙ୍କ ପୋଷ୍ଟାଲ ବାଲଟ ଗୁରୁବାରଠୁ ନିର୍ବାଚନ ଅଧିକାରୀଙ୍କ ପାଖରେ ପହଞ୍ଚି ସାରିଥିଲା। ଦିନ ପାଖାପାଖି ସାଢେ ୨ଟା ପର୍ଯ୍ୟନ୍ତ ନିର୍ବାଚନ ଚାଲିବା ପରେ କିଛି ସମୟ ବ୍ୟବଧାନରେ ଭୋଟ ଗଣତି ଆରମ୍ଭ ହୋଇଥିଲା।

ପ୍ରଥମେ କୋଷାଧ୍ୟକ୍ଷ ପାଇଁ ହୋଇଥିବା ଗଣତିରେ ଖୋର୍ଧାର ବିକାଶ ପ୍ରଧାନଙ୍କୁ ୪୦ ଓ ଜଗତସି˚ହପୁରର ଅନୀଲ କୁମାର ବିଶ୍ବାଳଙ୍କୁ ୩୦ ଭୋଟ ମିଳିଥିଲା। ଏହାପରେ ଯୁଗ୍ମ ସମ୍ପାଦକ ପାଇଁ ଝାରସୁଗୁଡ଼ାର ମେହେତାବ ଖାନ୍‌ ଦେବଗଡ଼ର ସୁଜିତ କୁମାର ପ୍ରଧାନଙ୍କୁ ବିରୋଧରେ ସମାନ ସ˚ଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତୃତୀୟରେ ସମ୍ପାଦକ ପାଇଁ ହୋଇଥିବା ଗଣନାରେ କଟକର ସ˚ଜୟ ବେହେରା ସର୍ବାଧିକ ୪୫ ଓ ମଙ୍ଗଳା କ୍ଲବ୍‌ର ନବର˚ଜନ ପଟ୍ଟନାୟକ ମାତ୍ର ୨୫ ଭୋଟ ପାଇଥିଲେ। ଉପ ସଭାପତି ପାଇଁ ଅନୁଗୁଳର ଅକ୍ଷୟ କୁମାର ସାମନ୍ତ ୪୧ ଓ ସୋନପୁରର ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ୨୯ ଭୋଟ ପାଇଥିଲେ। ଶେଷରେ ସଭାପତି ପାଇଁ ହୋଇଥିବା ଗଣତିରେ ସ˚ଘର୍ଷ ଦେଖିବାକୁ ମିଳିଥିଲା। ହେଲେ ଶେଷରେ ଛଅ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବାଜି ମାରି ନେଇଥିଲେ ବୌଦ୍ଧର ପଙ୍କଜ ଲୋଚନ ମହାନ୍ତି। ଶ୍ରୀ ମହାନ୍ତିଙ୍କୁ ୩୮ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ର ପ୍ରଦୀପ ଚୌହାନଙ୍କୁ ୩୨ ଖଣ୍ଡ ମିଳିଥିଲା।

ସମ୍ବନ୍ଧିତ ଖବର