ସୋନପୁର : ଗୁରୁବାର ଓଡ଼ିଶା କ୍ରିକେଟ୍ ଆସୋସିଏସନର ଗ୍ରାଉଣ୍ଡ ବୈଷୟିକ କମିଟି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ବୈଷୟିକ କମିଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍‌ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଏହି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ସୋନପୁର ଗାନ୍ଧୀପଡ଼ିଆ ଭିତ୍ତିଭୂମି ଉନ୍ନତି ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି। ପଡ଼ିଆର ଉନ୍ନତି ଏବଂ ଖେଳାଳିମାନଙ୍କର ବିକାଶ ପାଇଁ ଆର୍ଥିକ ଅନୁଦାନ ଏବଂ କ୍ରୀଡ଼ା ଉପକରଣ ଯୋଗାଇ ଦିଆଯିବ। ଖେଳାଳିମାନଙ୍କର ଯେମିତି ବିକାଶ ହେବ ତାହା ଉପରେ ଓସିଏ ଗୁରୁତ୍ବ ଦେଉଥିବା ସୂଚନା ଦିଆଯାଇଥିଲା।

Advertisment

ଏହି ସାମ୍ବାଦିକ ସମ୍ମିଳନୀରେ ଓସିଏ ଗ୍ରାଉଣ୍ଡ ବୈଷୟିକ କମିଟିର ଅଧ୍ୟକ୍ଷ ଧୀରେନ ପଲେଇ, ସଭ୍ୟ ଦେବାଶିଷ ପାଢୀ, ଓସିଏ ସଂଯୋଜକ ଡାନିଏଲ ରାଉତ ପ୍ରମୁଖ ସୂଚନା ଦେଇଥିଲେ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍‌ ସଂଘର ସଭାପତି ରାମଶଙ୍କର ସାହୁ ଏବଂ ସଂପାଦକ ପ୍ରଦୀପ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।