କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ ପକ୍ଷରୁ ସ୍ପିନ୍‌ର ପ୍ରତିଭା ଚୟନ ଶିବିର (ଟ୍ୟାଲେଣ୍ଟ୍‌ ହଣ୍ଟ୍‌) ମଙ୍ଗଳବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସୋନପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରୁ ୩୦ ଜଣ ପ୍ରତିଭା ଯୋଗଦେଇଥିଲେ। ଓଡ଼ିଶା ସିନିଅର ଦଳର ମୁଖ୍ୟ ପ୍ରଶିକ୍ଷକ ଦିନେଶ ମୋଙ୍ଗିଆ, ସିନିଅର ଓ ଜୁନିଅର ଚୟନକର୍ତ୍ତା ଅମିୟ ରାୟ, ସୁବିତ ବିଶ୍ବାଳ, ପ୍ରଭଞ୍ଜନ ମଲ୍ଲିକ, ନିରଂଜନ ବେହେରା ଓ ଶୁଭ୍ରଜିତ ସାହୁ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ।

Advertisment

ବଲାଙ୍ଗୀର ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥୀ, ହରି ନାରାୟଣ ପୁଜାରୀ, ପ୍ରଭାତ ମିଶ୍ର, ଶତ୍ରୁଘ୍ନ ସିଂହ, ଓମପ୍ରକାଶ ଚାନ୍ଦ, ରାଜେନ୍ଦ୍ର ପୁରୋହିତ ଓ ସୁଧୀର ଚନ୍ଦ୍ର ପଣ୍ଡା ପ୍ରମୁଖ ଶିବିରରେ ଯୋଗଦେଇଥିଲେ। ଆସନ୍ତା ୪ ତାରିଖ ଦିନ ସମ୍ବଲପୁରର ବୀର ସୁରେନ୍ଦ୍ର ସ‌ାଏ ଷ୍ଟାଡିୟମରେ ପରବର୍ତ୍ତି ଶିବିର ଅନୁଷ୍ଠିତ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।