ଓସିପିଏଲ୍ ମନୋହରପୁରର ମୁଖ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଉଦ୍ୟୋଗ ଓସିପିଏଲ୍ ମନୋହରପୁରର ମୁଖ୍ୟ କାର୍ଯ୍ୟାଳୟ ‘ସମନ୍ବୟ ଭବନ’କୁ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି। ଓସିପିଏଲ୍ ରାଜ୍ୟ ସରକାରଙ୍କର ପଞ୍ଚତାରକା ପ୍ରାପ୍ତ କୋଲ୍ ଖଣି ହୋଇଥିବାରୁ ଶ୍ରୀ ମହାପାତ୍ର ସନ୍ତୋଷ ବ୍ୟକ୍ତ କରିଥିଲେ। ସମନ୍ୱୟ ଭବନ ୩୦ କୋଟି ଟଙ୍କାରେ ନିର୍ମିତ ହୋଇଛି ଏବଂ ଏହି ଭବନ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ଦ୍ୱାରା ପରିଚାଳିତ ହେବ। ଏହି ଅବସରରେ ଓସିପିଏଲ୍‌ର ସିଇଓ ସାରିପୁତ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଓସିପିଏଲ୍, ମନୋହରପୁର ଅଞ୍ଚଳର ଉନ୍ନତି ପାଇଁ ଅନେକ ଲୋକହିତକର କାମ କରୁଛି। ଏହି ଅବସରରେ ସମ୍ବଲପୁରର ଆର୍‌ଡିସି, ସୁନ୍ଦରଗଡ ଏବଂ ଝାରସୁଗୁଡାର ଜିଲ୍ଲାପାଳ, ସୁନ୍ଦରଗଡର ଏସ୍‌ପି ଯୋଗଦେଇଥିଲେ। କରୋନା ମହାମାରୀ ସମୟରେ ବିଭିନ୍ନ ପ୍ରତିବନ୍ଧକ ସତ୍ୱେ ଏହି “ସମନ୍ୱୟ ଭବନ”, ସମୟ ଅନୁସାରେ ନିର୍ମିତ ହୋଇଥିବାରୁ ସମସ୍ତେ ସନ୍ତୋଷ ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର