ଭୁବନେଶ୍ବର : ସୁନ୍ଦରଗଡ଼ ସରବାହାଲରେ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ(ଓସିପିଏଲ) ପକ୍ଷରୁ ୧୧୮ କୋଟି ଟଙ୍କାରେ ନିର୍ମିତ ସହରାଞ୍ଚଳ ଆବାସିକ କଲୋନିକୁ ଶକ୍ତି ସଚିବ ନିକୁଞ୍ଜ ଧଳ ଉଦ୍ଘାଟନ କରିଛନ୍ତି। ଏହି କଲୋନିର ପ୍ରତ୍ୟେକ ଗୃହରେ ସୌରଶକ୍ତିରେ ପରିଚାଳିତ ଓ ଶକ୍ତି ସଞ୍ଚୟ କରିବାର ବ୍ୟବସ୍ଥା ଥିବାବେଳେ ଏଥିରେ ଓସିପିଏଲର କୋଇଲା ଖଣିର ସମସ୍ତ କର୍ମଚାରୀ ରହିବେ। କାର୍ଯ୍ୟକ୍ରମରେ ଓସିପିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ସାରିପୁତ୍ତ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଏଡିଏମ୍ ଅଭିମନ୍ୟୁ ବେହେରା, ଓପିଜିସିର ନିର୍ଦ୍ଦେଶକ (ଅପରେସନ୍) ମାନସ ରାଉତ ପ୍ରମୁଖ ଯୋଗ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp