ଚଳିତ ସପ୍ତାହରେ ଓସିଏସ୍‌-୨୦୨୦ ଲିଖିତ ପରୀକ୍ଷାଫଳ

ସେପ୍ଟେମ୍ବର ତୃତୀୟ ସପ୍ତାହରୁ ସାକ୍ଷାତକାର ପରୀକ୍ଷା

କଟକ : ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। ଖୁବ୍‌ଶୀଘ୍ର ଓଡ଼ିଶା ସଭିଲ ସର୍ଭିସ (ଓସିଏସ୍-୨୦୨୦) ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଏ ନେଇ ଆଜି ଓଡ଼ିଶା ଲୋକ ‌ସେବ‌ା ଆୟୋଗ( ଓପିଏସସି) ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ଟୁଇଟ୍ କରି ସୂଚନା ଦେଇଛନ୍ତି। ଚଳିତ ସପ୍ତାହ‌ ଶେଷ ସୁଦ୍ଧ‌ା ଓସିଏସ୍-୨୦୨୦ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥିସହିତ, ଚଳିତ ମାସ ତୃତୀୟ ସପ୍ତାହରୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ସାକ୍ଷାତକାର ପରୀକ୍ଷା କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

ତଥ୍ୟ ମୁତାବକ, ଓପିଏସ୍‌ସି ବିଜ୍ଞପ୍ତି ନଂ-୭-୨୦୨୦-୨୧ରେ ଏହି ପରୀକ୍ଷା ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଗ୍ରୁପ୍‌ ‘ଏ’ ଓ ‘ବି’ର ମୋଟ ୩୯୨ଟି ପଦବି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା। ଓଏଏସ୍ ଗ୍ରୁପ ‘ଏ’ ପାଇଁ ୧୩୭, ଓଏଫଏସ ଗ୍ରୁପ ‘ଏ’ ପାଇଁ ୧୦୪, ଓପିଏସ ଗ୍ରୁପ ‘ଏ’ ପାଇଁ ୬, ଓସିଏସ( ଏଆରସିଏସ୍/ଏଜିସିଏସ ଗ୍ରୁପ ‘ବି’ ପାଇଁ ୮, ଓଆରଏସ ଗ୍ରୁପ ‘ବି’ ପାଇଁ-୭୪, ଓଟି/ଏଏସ ଗ୍ରୁପ ‘ବି’ ପାଇଁ ୬୨, ଏଭଳି ମୋଟ ୩୯୨ଟି ପଦବି ପୂରଣ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର