କଟକ: ଓପିଏସ୍‌ସି ପକ୍ଷରୁ ଆଜି ଓଡ଼ିଶା ପ୍ରଶାସନିକ ସେବା (ଓସିଏସ୍‌)-୨୦୨୩ର ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରିୟାଂଶୁ ପାଳ ଶୀର୍ଷ ସ୍ଥାନ ହାସଲ କରିଥିଲା ବେଳେ ଅନନ୍ୟା ମିଶ୍ର ଦ୍ବିତୀୟ ଓ ଶୋଭନ୍‌ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ମିର୍ଜା ଫୈଜ ଅହମଦ୍‌ କାଦ୍ରି, ଚିନ୍ମୟ ସାହୁ, ଅନ୍ତିମ ସ୍ବାଇଁ, ଶୈଳେଶ କୁମାର ଭୋଇ, ମହମ୍ମଦ ନଜିଫ ହାତିଫ, ଚିନ୍ମୟ କୁମାର ପାଢ଼ୀ, ମିଲନ୍‌ ମହାପାତ୍ର ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି। ଚୂଡ଼ାନ୍ତ ପର୍ଯ୍ୟାୟ ପରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୪ ଜଣ ମହିଳା ଅଛନ୍ତି। ହାଇକୋର୍ଟରେ ବିଚାରାଧୀନ ଥିବାରୁ ଗୋଟିଏ ପଦବି ପୂରଣ ହୋଇ ପାରିନାହିଁ।

Advertisment

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୧୮ ତାରିଖରେ ୩୯୯ଟି ପଦ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ୩୦ଟି, ଓଡ଼ିଶା ଅର୍ଥ ସେବା (ଓଏଫ୍‌ଏସ୍‌)ରେ ୫୬ଟି, ଓଡ଼ିଶା ପୁଲିସ ସେବା (ଓପିଏସ୍‌)ରେ ୬ଟି, ଓଡ଼ିଶା ସମବାୟ ସେବା (ଓସିଏସ୍‌)ରେ ୧୨ଟି, ଓଡ଼ିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ୯୦ଟି, ଓଡ଼ିଶା ଶ୍ରମସେବା (ଓଏଲ୍‌ଏସ୍‌)ରେ ୧୧୩ଟି, ଓଡ଼ିଶା ଟ୍ୟାକ୍ସେସନ୍‌ ଆଣ୍ଡ ଆକାଉଣ୍ଟସ୍‌ ସର୍ଭିସ୍‌ (ଓଟିଆଣ୍ଡଏଏସ୍‌)ରେ ୬୮ଟି, ଓଡ଼ିଶା ନିଯୁକ୍ତି ସେବା (ଓଇଏସ୍‌)ରେ ଗୋଟିଏ, ଓଡ଼ିଶା ସମବାୟ ଅଡିଟ୍‌ ସେବା (ଓସିଏଏସ୍‌)ରେ ୪ଟି, ଓଡ଼ିଶା ଟୁରିଜିମ୍‌ ସର୍ଭିସ୍‌ (ଓଟିଏସ୍‌)ରେ ୧୯ଟି ଖାଲି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଡିସେମ୍ବର ୧୫ରେ ପ୍ରିଲିମିନାରି ପରୀକ୍ଷା ହୋଇଥିଲା ବେଳେ ଚଳିତବର୍ଷ ଏପ୍ରିଲ୍‌ ୧୯, ୨୦, ୨୨, ୨୪, ୨୭ ଓ ମେ’ ୧୫ ତାରିଖରେ ମେନ୍‌ସ ପରୀକ୍ଷା ଆୟୋଜିତ ହୋଇଥିଲା।