ଓସିଏସ୍ ସାକ୍ଷାତକାର ପରୀକ୍ଷା ୧୯ରୁ

କଟକ : ଓଡ଼ିଶା ସିଭିଲ୍‌ ସର୍ଭିସ (ଓସିଏସ୍‌) ଲିଖିତ (ମୁଖ୍ୟ) ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାସର ଚତୁର୍ଥ ଶନିବାର ଓ ରବିବାର ମଧ୍ୟ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ। କଟକ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ପ୍ରାର୍ଥୀମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ ବୋଲି ଓପିଏସସି ପକ୍ଷରୁ ଆଜି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଓସିଏସ-୨୦୨୦ ମୁଖ୍ୟ ଲିଖିତ ପରୀକ୍ଷାରେ ମୋଟ ୭୮୫ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ‌ସେଥିରୁ ୨୮୭ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ସମ୍ବନ୍ଧିତ ଖବର