ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ ବିଜୁ ଜନତା ଦଳ ଛାଡ଼ିଛନ୍ତି। ସେ ବିଜେଡି ଛାଡ଼ିବା ନେଇ ଦଳୀୟ ସଭାପତିଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଫେସ୍ବୁକ୍’ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଅଭିନେତା ଶ୍ରୀ ରାୟ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।
ଇସ୍ତଫାପତ୍ରରେ ଅରିନ୍ଦମ ଲେଖିଛନ୍ତି, ମୁଁ ୨୦୦୯ ମସିହାରେୁ ବିଜେଡିରେ ଯୋଗଦେଇଥିଲି। ୨୦୧୪ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ କାମ କରିଛି। କଟକ, ତିର୍ତ୍ତୋଲ ସହିତ କୋରାପୁଟରେ ଜିଲ୍ଲା ପରିଷଦ ଓ ମ୍ୟୁନିସିପାଲିଟି ନିର୍ବାଚନରେ ତୃଣମୂଳ ସ୍ତରରେ କାମ କରିଛି। ମୁଁ ମୋ ଦଳର ନେତାଙ୍କୁ ଭେଟିବାକୁ ଉଦ୍ୟମ କରିଛି। କିନ୍ତୁ ସେହି ସୁଯୋଗ ପାଇପାରି ନାହିଁ। ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି। ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିଲା।
/sambad/media/post_attachments/wp-content/uploads/2024/03/8ae3726c-c262-4d70-bb6d-62831b1880fe.jpg)
ବିଜେଡିରୁ ଇସ୍ତଫା ଦେଲା ପରେ ଅରିନ୍ଦମଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ପ୍ରଶଂସକମାନେ ପ୍ରତିକ୍ରିୟା ଦେଇ କହୁଛନ୍ତି, ବିଜେଡି ଛାଡ଼ି ଅରିନ୍ଦମ ଭଲ କରିଛନ୍ତି। କିଛି ପ୍ରଶଂସକ ବିଜେପିରେ ଯୋଗ ଦେବା କଥା କହୁଥିବା ବେଳେ ଆଉ କିଛି କହୁଛନ୍ତି କଂଗ୍ରେସକୁ ଆସନ୍ତୁ।
ସୂଚନାଯୋଗ୍ୟ, ଗତମାସ କେନ୍ଦ୍ର ରେଳମନ୍ତ୍ରୀ ଯେତେବେଳେ କଟକ ଗସ୍ତ କରିଥିଲେ, ସେହି ସମୟରେ ଅରିନ୍ଦମ ତାଙ୍କୁ ଭେଟିଥିଲେ। ସେହି ସମୟରେ ଅରିନ୍ଦମ ବିଜେପିରେ ଯୋଗଦେବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ଅରିନ୍ଦମ କେଉଁ ଦଳରେ ଯୋଗଦେବେ ତାହା ଆଗାମୀ ସମୟ କହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/d5f152a8-22da-4aa7-a6ff-87fa1e19604c.jpg)