ଆଲବମ କୁଇନ୍‌ ଦୀପା ସାହୁ ଗୁରୁତର : ଗର୍ଭାଶୟରେ କ୍ୟାନସର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର : ଓଡ଼ିଆ ଆଲବମ୍‌ ରାଇଜର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁ କ୍ୟାନ୍‌ସରରେ ଆକ୍ରାନ୍ତ ଥିବା ବେଳେ ଆଜି ଗୁରୁତର ହୋଇ ପଡ଼ିଛନ୍ତି। ବର୍ଷେ ତଳେ ଦୀପା ଗର୍ଭାଶୟ କର୍କଟରେ ପୀଡ଼ିତ ହୋଇଥିଲେ। ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲରେ ମଧ୍ୟ ସେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ। ତେବେ ଲକ୍‌ଡାଉନ ପାଇଁ ସେ ଆଉ ମୁମ୍ବାଇ ଯିବା ସମ୍ଭବ ହୋଇନଥିଲା। କ୍ୟାନ୍‌ସରର ତୃତୀୟ ପର୍ଯ୍ୟାୟରେ ଥିବା ବେଳେ ୩/୪ ମାସ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା। ସେ ନୀଳାଦ୍ରିବିହାରସ୍ଥିତ ଘରେ ରହି ଆସୁଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଅଭିନେତା ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ନାୟକଙ୍କ ସହଯୋଗରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦୀର୍ଘ ଦିନ ହେବ ଘରୋଇ ହସ୍ପିଟାଲରେ ଚିକିତ୍ସା ଯୋଗୁଁ ତାଙ୍କର ଆର୍ଥିକ ଅଭାବ ଦେଖାଦେଇଛି। ତେଣୁ ଦୀପାଙ୍କ ସ୍ବାମୀ ମନୀନ୍ଦ୍ରନାଥ ଦତ୍ତ ଆର୍ଥିକ ସହାୟତାର ଆବଶ୍ୟକତା ଥିବା କହିଛନ୍ତି। ଅଖିଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବର୍ତମାନ ଦୀପାଙ୍କ ଚିକିତ୍ସା ଜାରି ରହିଛି। କରୋନା ଯୋଗୁଁ କିନ୍ତୁ ରକ୍ତ ଭଣ୍ଡାରରୁ ରକ୍ତ ମିଲିବାରେ ସମସ୍ୟା ହୋଇଥିଲା। ଏକ ଘରୋଇ ହସ୍ପିଟାଲରୁ ରକ୍ତ ଆଣି ଦିଆଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ସ୍ତରରୁ ସହାୟତାର ହାତ ବଢ଼ିଛି।

Sambad English

ଯେବେ ଆଲବମ ଓଡ଼ିଆ ଦର୍ଶକଙ୍କ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ପାଲଟିଥିଲା, ଦୀପା ସାହୁ ଥିଲେ ସେତେବେଳର ସବୁଠୁ ଅଗ୍ରଣୀ ଅଭିନେତ୍ରୀ। ଦୀପାଙ୍କ ହସଠୁ ନେଇ ତାଙ୍କ ଅଭିନୟ ଶୈଳୀ ଦର୍ଶକ ଏ ପର୍ଯ୍ୟନ୍ତ ପାସୋରି ପାରିନାହାନ୍ତି। ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି.., ହାଏ ହାଏ ତୋ ମଲ୍ଲି ଫୁଲ ଗଜରା.., ଏକଡ଼ା ଏକଡ଼ା ରା… ଭଳି ହିଟ୍‌ ‌ଗୀତ ଭେଟି ଦେଇଥିବା ଦୀପା ଫିଲ୍ମ ନାରୀ ଆଖିରେ ନିଆଁ, ସୁନା ଚଢ଼େଇ ମୋ ରୂପା ଚଢ଼େଇ ଓ କଲେଜ୍‌ ଟାଇମ ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହତକରେ ମଧ୍ୟ ଅଭିନୟ କରିଥିଲେ। ଦୁଃଖର କଥା ପୂର୍ବରୁ ତାଙ୍କ ମା’ଙ୍କୁ କ୍ୟାନସର ହୋଇଥିବାରୁ ସେ ଦିନେ ଆଲବମ ଜଗତରୁ ସନ୍ନ୍ୟାସ ନେଇଥିବା ବ‌େଳେ ଏବେ ନିଜେ ସେଇ ବ୍ୟାଧିର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ବଦାନ୍ୟ ବ୍ୟକ୍ତିବିଶେ‌ଷ ମନୀନ୍ଦ୍ରନାଥଙ୍କୁ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର: ୫୧୧୩୧୦୧୦୦୦୦୨୩୧୮, ଆଇଏଫଏସ୍‌ସି କୋଡ୍‌: ବିକେଆଇଡି୦୦୦୫୧୧୩ରେ ସହଯୋଗ କରିପାରିବେ।

ସମ୍ବନ୍ଧିତ ଖବର