ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ ଆଉ ନାହାନ୍ତି। ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି ଯେ, ଦୀର୍ଘ ଦିନ ଧରି ସେ ହୃଦ୍ରୋଗରେ ପୀଡିତ ଥିଲେ। କିଛି ଦିନ ହେବ ଭୁବନେଶ୍ବର ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ଦେହାନ୍ତ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।
ଫିଲ୍ମ, ସିରିଏଲ୍ ଏବଂ ନାଟକରେ ସେ ଦୀର୍ଘଦିନ ଧରି ଅଭିନୟ କରି ଓଡିଶାର କଳାକାର ମହଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି। କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି। ଅନେକ ଶୁଭେଚ୍ଛୁ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିବା ଜଣାପଡିଛି।