ଗୋଆରେ ଓଡ଼ିଆ କୃଷି ବୈଜ୍ଞାନିକ ସମ୍ବର୍ଦ୍ଧିତ

ଭୁବନେଶ୍ବର : ଗତ ସପ୍ତାହରେ ଗୋଆରେ ଅନୁଷ୍ଠିତ ଆନ୍ତର୍ଜାତିକ ଶିକ୍ଷା ପୁରସ୍କାର ସମାରୋହରେ ଓୟୁଏଟି ଅଧୀନସ୍ଥ କନ୍ଧମାଳ କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ଉଦ୍ୟାନ କୃଷି ବୈଜ୍ଞାନିକ ସିଦ୍ଧାର୍ଥ କରଙ୍କୁ ସମ୍ମାନିତ କରାଯାଇଛି। ଦି କାଇଟ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଶିକ୍ଷାବିତ୍ ଯୋଗ ଦେଇ ଶିକ୍ଷାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ଶ୍ରୀ କର ବେଙ୍ଗାଲୁରୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସ୍କଲାର୍‌, ମୁମ୍ବାଇସ୍ଥିତ ୱାର୍ଲଡ୍‌ ଏଜୁକେସନ୍ ସମିଟ୍‌ରେ ସମ୍ମାନିତ ହୋଇଛନ୍ତି। ଉପଯୁକ୍ତ ଶିକ୍ଷା ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ଦେଶର ଆର୍ଥିକ ବିକାଶ ହୋଇପାରିବ ବୋଲି ଶ୍ରୀ କର କହିଛନ୍ତି।

ସମ୍ବନ୍ଧିତ ଖବର