ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି, ଆସିଲା ନୂଆ ଡିଜାଇନ

ଭୁବନେଶ୍ୱର : ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର ଡିଜାଇନକୁ ଉନ୍ମୋଚନ କରାଯାଇଛି । ଏହି ଡିଜାଇନକୁ ଦେଖିଲେ ଜଣାପଡୁଛି ଯେ ରାଜଧାନୀ ଏକ୍ସପ୍ରେସର ବାହାର କାନ୍ଥରେ ଓଡ଼ିଶାର  ପରିବେଶ, ପଶୁପକ୍ଷୀ, ବେଳାଭୂମି, ଅଲିଭ ରିଡଲେ କଇଁଛ, ପଟ୍ଟଚିତ୍ର, ପର୍ଯ୍ୟଟନ ସ୍ଥଳ ତଥା ଓଡ଼ିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟ ଓଡ଼ିଶା ପ୍ରସିଦ୍ଧ ମନ୍ଦିର ଆଦିର ଚିତ୍ର ରହିଛି ।

ରାଜଧାନୀ ଏକ୍ସପ୍ରେସକୁ ଓଡ଼ିଶାର କଳା-ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ଆଶା କରାଯାଉଛି ଯେ ଅକ୍ଟୋବର୍ ମାସ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ । ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ଖଣି, କୋଇଲା ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ନୁଆଦିଲ୍ଲୀ ଷ୍ଟେସନ୍ ଠାରୁ ଲୋକାର୍ପିତ ହେବାର ଯୋଜନା ରହିଛି ।

ସମ୍ବନ୍ଧିତ ଖବର