କର୍ଲାମୁଣ୍ଡା: ତାଇୱାନର ଜ୍ୟାଓଲ ସହର ନିକଟ ଟଙ୍କସାଇଆଓ ବିଚ୍ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା କର୍ମଶାଳାରେ କମାଲ କରିଛନ୍ତି ଓଡ଼ିଆ ବାଲୁକାଶିଳ୍ପୀ ଓମ୍ପ୍ରକାଶ ସାହୁ। କଳାହାଣ୍ଡିଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଡଙ୍ଗରମୁଣ୍ଡା ନିବାସୀ ଶ୍ରୀ ସାହୁ ଏହି କର୍ମଶାଳାରେ ଯୋଗଦେଇ ଓଡ଼ିଶାର ଆଦିମ ସଂସ୍କୃତିକୁ ବାଲୁକା କଳାରେ ପ୍ରଦର୍ଶନ କରିଛନ୍ତି। ଏଥିରେ ସେ ମାଲକାନାଗିରି ଜିଲ୍ଲାର ବଣ୍ଡା ସଂପ୍ରଦାୟର ଜଣେ ମହିଳା ବାଘଛୁଆକୁ କ୍ଷୀର ଖୁଆଉଥିବା ଓ ଡାହାଣ ହାତରେ ଗୋଟିଏ ଗଛକୁ ଧରିଥିବାର ଦୃଶ୍ୟ ପ୍ରସ୍ତୁତ କରି ଆଦିମ ସଂସ୍କୃତି, ଜଙ୍ଗଲ ଜନ୍ତୁ ଓ ପ୍ରକୃତି କିପରି ପରସ୍ପର ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ତାହାକୁ ଉପସ୍ଥାପନ କରିଛନ୍ତି। ଏହି କଳା ଉଚ୍ଚ ପ୍ରଶଂସିତ ହୋଇଛି। ଉକ୍ତ କର୍ମଶାଳାରେ ୟୁକ୍ରେନ, କାନାଡ଼ା, ମଙ୍ଗୋଲିଆ, ମାଲେସିଆ, ଚୀନ, ଜାପାନ ଓ ତାଇୱାନର ଗୋଟିଏ ଲେଖାଏଁ ମଡେଲ ତିଆରି ହୋଇଛି। ଏହା ବାଦ୍ ସମସ୍ତେ ମିଶି ସାମୂହିକ ଭାବେ ୨୦୦ ଫୁଟ ଲମ୍ବ ଓ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମଡେଲ୍ ନିର୍ମାଣ କରିଛନ୍ତି। ଯାହାର ଶୀର୍ଷକ ରହିଛି ‘ମୋ ହୃଦୟର ଛୋଟ ପୃଥିବୀ’। ଏହି ପ୍ରଦର୍ଶନୀ ଜୁଲାଇ ୧୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।
ତାଇୱାନରେ କମାଲ କଲେ ଓଡ଼ିଆ ଶିଳ୍ପୀ ଓମ୍ପ୍ରକାଶ
ତାଇୱାନର ଜ୍ୟାଓଲ ସହର ନିକଟ ଟଙ୍କସାଇଆଓ ବିଚ୍ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା କର୍ମଶାଳାରେ କମାଲ କରିଛନ୍ତି ଓଡ଼ିଆ ବାଲୁକାଶିଳ୍ପୀ ଓମ୍ପ୍ରକାଶ ସାହୁ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଡଙ୍ଗରମୁଣ୍ଡା...
/sambad/media/media_files/2025/06/23/kljhgf-2025-06-23-06-08-32.jpg)