ପୁରୀ: ପୁରୀ ଠାରେ ଆୟୋଜିତ ବିଜେପିର ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଛି ଓଡ଼ିଆ, ଭାଷା, ସଂସ୍କୃତି ଓ ଅସ୍ମିତାର ନିଦ୍ଦର୍ଶନ। କାର୍ଯ୍ୟକାରିଣୀ ସଭାସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବିମାନଙ୍କ ଫଟୋ ଚିତ୍ର ଏବଂ ବାର୍ତ୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି ବିଜେପି। ସଭା ମଞ୍ଚରେ ସ୍ଥାନ ପାଇଛି କୋଣାର୍କ ଚକ୍ର ସହ ଶ୍ରୀମନ୍ଦିର ନୀଳଚକ୍ରର ପ୍ରତିକୃତି।

Advertisment

ଏହାସହ ଉତ୍କଳର ବୈଭବଶାଳୀ ଇତିହାସ, ପୁରାତନ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତିରେ ସଜେଇ ହୋଇଛି କାର୍ଯ୍ୟକାରିଣୀ ସଭା ସ୍ଥଳ। ସେହିପରି ମୋଦୀ ସରକାରଙ୍କ ବିକାଶମୂଳକ ତଥା ଜନ କଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଛି।