ମାନବିକତା ଦେଖାଇଲେ ପୁନେରେ ଥିବା ଓଡ଼ିଆ ବ୍ୟାଙ୍କ୍ ଅଧିକାରୀ, ଶ୍ରମିକଙ୍କୁ ଦେଲେ ୧ ଲକ୍ଷ ୪୦ ହଜାର ଟଙ୍କା

ଜଗତସିଂହପୁର‌: ଓଡ଼ିଶାକୁ ବିପଦକୁ ଠେଲି ଦେବୁନି, ଆମକୁ ଖାଦ୍ୟ ଦିଅ, ମହାରାଷ୍ଟର ପୁନେରୁ ଆସିଲା ଶ୍ରମିକଙ୍କ ଆକୁଳ ନିବେଦଦନ । ଗତ ଏପ୍ରିଲ ୧୮ ତାରିଖରେ ଉଭୟ ସମ୍ବାଦ ଓ କନକ ନ୍ୟୁଜରେ ପୁନେରେ ଥିବା ଓଡ଼ିଶା ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶାର କାହାଣୀକୁ ଖବର ମାଧ୍ୟମରେ ପ୍ରକାଶ କରାଯାଇଥିଲା । ଏହାପରେ ପୁନେରେ ଥିବା ଓଡ଼ିଆ ଅଧିକାରୀମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଓଡ଼ିଆ ଶ୍ରମିକମାନେ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଥିଲେ ଯେ ସେମାନେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ଅଞ୍ଚଳର ପ୍ରାୟ ୨ ଶହରୁ ଅଧିକ ଶ୍ରମିକ ପୁନେରେ ଦୀର୍ଘ ଦିନ ଧରି ରହି ଆସୁଛନ୍ତି । ବିଭିନ୍ନ କଳା କରାଖାନାରେ ଶ୍ରମିକ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ହେଲେ କରୋନା ଭାଇରସ ପାଇଁ ଲକ୍‌ଡାଉନ୍ ହେବା ଫଳରେ କାମ ବନ୍ଦ ହୋଇ ଯାଇଛି । ଯାହା କିଛି ସଞ୍ଚିତ ଅର୍ଥ ଥିଲା ସେସବୁ ସରି ଯାଇଛି । ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ଯେ ଆମେ ଘରକୁ ଯିବାକୁ ଚାହୁଁ ନାହିଁ କି ଓଡ଼ିଶାକୁ ନିଜ ସ୍ୱାର୍ଥ ପାଇର୍ ବିପଦକୁ ଠେଲି ଦେବାକୁ ଚାହୁଁ ନାହୁଁ । ହେଲେ ଆମକୁ ଖାଇବାକୁ ଯୋଗାଇ ଦିଆଯାଉ ।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସିନିୟର୍ ମ୍ୟାନେଜର ତାପସ ସାହୁ

ଖବର ପ୍ରକାଶ ପାଇବା ପାରେ ଓଡ଼ିଆ ବ୍ୟାଙ୍କର୍ସ କ୍ଲବ୍ ପୁନେ ଚାପ୍ଟର ପକ୍ଷରୁ ୧ ଲକ୍ଷ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ପୂର୍ବତନ ଏକ୍‌ଜିକ୍ୟୁଟିଭ୍ ଡିରେକ୍ଟର ଅଲେଖ ରାଉତ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ସିନିୟର୍ ମ୍ୟାନେଜର ତାପସ ସାହୁ, ଶଶାଙ୍କ ସାହୁ, ଯୋଗେନ୍ଦ୍ର ଜେନା, ପ୍ଲାବନ ପାତ୍ର ପ୍ରମୁଖ ଏକାଠି ହୋଇ ସେଠାରେ ଥିବା ଅଧଇକାରୀମାନଙ୍କ ମଧ୍ୟରେ କିଛି କିଛି ଟଙ୍କା ଯୋଗାଡ଼ କରିଥିଲେ । ଏହାପରେ ସେମାନେ ପୁନେର ତିଖିଲ୍ ଗ୍ରାମ ପଂଚାୟତ ଯାଇ ସେଠାରେ ଜଣେ ଶ୍ରମିକଙ୍କୁ ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର