ଜଳେଶ୍ବର : ଓମାନରେ ଫସିଛନ୍ତି କରୋନା ଆକ୍ରାନ୍ତ ଓଡ଼ିଆ ଯୁବକ। ଜଳେଶ୍ବର ବ୍ଲକ୍ ବାଇଗଣବାଡ଼ିଆ ପଞ୍ଚାୟତ କାଳିକାପୁରର ଅନନ୍ତ ବେହେରାଙ୍କ ପୁଅ ଧନଞ୍ଜୟ(୩୮) ଓମାନର ରାଜଧାନୀ ମାସ୍କଟର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୧୫ ଦିନ ହେଲା ଭେଣ୍ଟିଲେଟରରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତେବେ ଚିକିତ୍ସା ଠିକ୍ରେ ହେଉ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକେ କଂଗ୍ରେସର ବରିଷ୍ଠ ନେତା ତଥା ବାଲେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବା ପରେ ଶ୍ରୀ ପଟ୍ଟନାୟକ ଓ କଂଗ୍ରେସ ନେତା ସୁଦର୍ଶନ ଦାସ ସେଠାକାର ଓଡ଼ିଆ ସମାଜ ଓ ଦୂତାବାସ ସହ ଯୋଗାଯୋଗ କରିଛନ୍ତି। ଚିକିତ୍ସାରେ ଯେପରି କିଛି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ ଯୋଗାଯୋଗ କରିଛନ୍ତି। ଧନଞ୍ଜୟ ସେଠାକାର ଏକ ହୋଟେଲରେ କାମ କରୁଥିଲେ। ହୋଟେଲର ୩୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। କିନ୍ତୁ ଧନଞ୍ଜୟ ଗତ ଜୁନ୍ ମାସରୁ ସେଠାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ସନ୍ତୋଷଜନକ ନ ଥିବାରୁ ଭାରତ ଫେରାଇ ଆଣିବାକୁ ପରିବାର ଲୋକେ ଅନୁରୋଧ କରିବା ପରେ ତାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଦାସ ମଧ୍ୟ ଦାବି କରିଛନ୍ତି। ଧନଞ୍ଜୟ ଶେଷଥର ପାଇଁ ଦେଢ଼ବର୍ଷ ତଳେ ନିଜ ଘରକୁ ଆସିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ପୁଣି ଘରକୁ ଫେରିଥାନ୍ତେ। ତେବେ ତାର ଗୋଟିଏ ଦିନ ପୂର୍ବରୁ ଭାରତକୁ ସମସ୍ତ ବିମାନ ବାତିଲ ହୋଇଯାଇଥିବାରୁ ଘରକୁ ଫେରିପାରି ନ ଥିଲେ ବୋଲି ପତ୍ନୀ ପ୍ରକାଶ କରିଛନ୍ତି। ପରେ ଜୁନ୍ ମାସରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ।
ଓମାନରେ ଫସିଛନ୍ତି ଓଡ଼ିଆ କରୋନା ଆକ୍ରାନ୍ତ, ଦୂତାବାସ ସହ ଯୋଗାଯୋଗ କଲେ ନବଜ୍ୟୋତି
ସ୍ବଦେଶ ଫେରାଇ ଆଣିବାକୁ ଦାବି, ଚିକିତ୍ସାରେ ଅବହେଳା ଅଭିଯୋଗ
/sambad/media/post_attachments/wp-content/uploads/2020/07/odia-trapped.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)