କରୋନାରେ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ବାଳଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜି କରୋନା ପୁଣି ଜଣେ ଓଡ଼ିଆଙ୍କ ମୁଣ୍ଡ ନେଇଛି। ରାମ ମନୋହର ଲୋହିଆ ହସ୍‌ପିଟାଲର ଜେନେରାଲ ସର୍ଜରୀ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଉପେନ୍ଦ୍ର ବିଶ୍ୱାଳଙ୍କ କରୋନାରେ ମୃତ୍ୟୁ ହୋଇଛି। ପ୍ରଫେସର ବିଶ୍ୱାଳଙ୍କ ମୃତ୍ୟୁ ରାମ ମନୋହର ଲୋହିଆ ହସ୍‌ପିଟାଲରେ ହୋଇଥିବା ବେଳେ ତାଙ୍କର ପତ୍ନୀ ଓ ପୁତ୍ର କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜଣେ ପରୋପକାରୀ ଓ ନିଃସ୍ୱାର୍ଥପର ଡାକ୍ତର ରୂପେ ପ୍ରଫେସର ବିଶ୍ୱାଳ ଦିଲ୍ଲରେ ପରିଚିତ ଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର, ତରଡିପାଳ ଗାଁର ମୂଳବାସିନ୍ଦା ଡାକ୍ତର ବିଶ୍ୱାଳ ଅବସର ପରେ ସ୍ଥାନୀୟ ହିନ୍ଦୁାରାଓ କଲେଜ୍‌ରେ ନିୟୋଜିତ ରହିଥିଲେ। ଓଡ଼ିଶା ମହାମଞ୍ଚ ଦ୍ୱାରା ପ୍ରଫେସର ବିଶ୍ୱାଳଙ୍କୁ ସମ୍ମାନଜନକ ଭାବେ ପଞ୍ଜାବୀବାଗ ସ୍ଥିତ ଶ୍ମଶାନରେ ଶବଦାହ କରାଯାଇଥିଲା।

ସମ୍ବନ୍ଧିତ ଖବର