ଓଡ଼ିଆ ଡାକ୍ତର ବସନ୍ତ ମିଶ୍ରଙ୍କୁ ସମ୍ମାନଜନକ ଏଏଏନଏସ ପୁରସ୍କାର

ଭୁବନେଶ୍ବର : ଓଡ଼ିଆ ଡାକ୍ତର ତଥା ଦେଶର ଜଣାଶୁଣା ନ୍ୟୁରୋସର୍ଜନ (ସ୍ନାୟୁଶଲ୍ୟ ବିଶେଷଜ୍ଞ) ଡଃ ବସନ୍ତ କୁମାର ମିଶ୍ରଙ୍କୁ ଆମେରିକାର ସମ୍ମାନଜନକ ଏଏଏନଏସ (ଆମେରିକାନ ଆସୋସିଏସନ ଫର ନ୍ୟୁରୋଲଜିକାଲ ସର୍ଜନ୍ସ) ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।

ଡଃ ମିଶ୍ର ଏବେ ମୁମ୍ବାଇସ୍ଥିତ ପି.ଡି. ହିନ୍ଦୁଜା ହସପିଟାଲ ଏଣ୍ଡ ମେଡିକାଲ ରିସର୍ଚ ସେଣ୍ଟରର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ସର୍ଜନ ଅଛନ୍ତି । ସେ ଓଡ଼ିଶାର ସୁନାମଧନ୍ୟ ଅର୍ଥନୀତିଜ୍ଞ ଡ. ବୈଦ୍ୟନାଥ ମିଶ୍ରଙ୍କ ପୁଅ ।

ଏହି ପୁରସ୍କାର ପାଇବା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଡ.ମିଶ୍ର କହିଛନ୍ତି ଯେ ଭାରତ ଗତ ଦଶନ୍ଧିରେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି, ଯାହାକି ବିଶ୍ବର ବିକଶିତ ଦେଶ ହାସଲ କରିଥିବା ସଫଳତା ସହ ସମକକ୍ଷ । ଭାରତରେ ଏବେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ସମେତ ଅତ୍ୟାଧୁନିକ ଟେକନଲୋଜୀ ଓ ଦକ୍ଷ ଡାକ୍ତର ଅଛନ୍ତି । କିନ୍ତୁ ଭାରତର ବିଶାଳ ଜନସଂଖ୍ୟାକୁ ଦେଖିଲେ ଭାରତରେ ଥିବା ନ୍ୟୁରୋସର୍ଜନଙ୍କ ସଂଖ୍ୟା କମ ରହିଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର