ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟ: ରନ୍ଧା ହେବ ଖେଚେଡ଼ି, ଖଟା, ଡାଲମା, ପୋଡ଼ପିଠା ସମେତ ୪୦ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ମହାମହିମ ରାମନାଥ କୋବିନ୍ଦ ଦୁଇ ଦିନିଆଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ୧୭ ତାରିଖରେ ପୁରୀରେ ରାତ୍ରିଯାପନ କରିବେ। ରାଷ୍ଟ୍ରପତି ନିଜର ପୂରା ପରିବାର ସହ ପୁରୀ ଆସୁଛନ୍ତି। ପୁରୀ ସର୍କିଟ ହାଉସ୍‌ରେ କୋବିନ୍ଦ ସପରିବାର ଅବସ୍ଥାନ କରିବେ। ୧୮ ତାରିଖ ସକାଳେ ତାଙ୍କର ଶ୍ରୀମନ୍ଦିର ଯାଇ ଜଗନ୍ନାଥ ନିକଟରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ, ଏହି ରହଣୀ ସମୟରେ ରାଷ୍ଟ୍ରପତି ଓ ତାଙ୍କ ପରିବାର ପାଇଁ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେବ। ଏଥିଲାଗି ସୁବ୍ୟବସ୍ଥା କରିଛି ପୁରୀ ଜିଲ୍ଲା ପ୍ରଶାସନ।

ପୁରୀ ଜିଲ୍ଲାପାଳଙ୍କ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଲାଗି ଶ୍ରୀମନ୍ଦିରରୁ ମହାପ୍ରସାଦ ଅଣାଯିବା ସହିତ ଖାଣ୍ଟି ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ହେବ। ଓଡ଼ିଶାର ପ୍ରସିଦ୍ଧ ଭାତ, ଡାଲମା, ଖଟା, ଖେଚଡ଼ି, ଶାଗ ଓ ବଡ଼ିଚୁରା ଆଦି ବ୍ୟଞ୍ଜନ ତାଲିକାରେ ରହିଛି। ଏଥିସହ ଛେନାପୋଡ଼, ଖୀରସାଗର, ରସଗୋଲା ଓ ପୋଡ଼ପିଠା ଆଦି ମଧ୍ୟ ବ୍ୟଞ୍ଜନରେ ସାମିଲ୍‌ ଅଛି। ଏହାକୁ ପ୍ରସ୍ତୁତ କରିବା ଲାଗି ସ୍ୱତନ୍ତ୍ର ରୋଷେଇୟାଙ୍କୁ ଅଣାଯାଇଛି। ପ୍ରତିଟି ଖାଦ୍ୟ ଯେଭଳି ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇପାରିବ ତା’ ଉପରେ ଜିଲ୍ଲା ପ୍ରଶାସକ ଖୁବ୍‌ ଗୁରୁତ୍ୱ ଦେଉଛି।

ସମ୍ବନ୍ଧିତ ଖବର