ସର୍ବଭାରତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ-ଅପ୍‌ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଦୀକ୍ଷା

ଭୁବନେଶ୍ୱର: ସର୍ବଭାରତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିସ୍‌ ଗ୍ଲାମ୍‌ ଇଣ୍ଡିଆ’ ରେ ୨୨ ବର୍ଷୀୟା ଓଡ଼ିଶା ଝିଅ ଦୀକ୍ଷା ସିଂହ ଦ୍ୱିତୀୟ ରନ୍‌ର୍ସ ଅପ୍‌ ହୋଇଛନ୍ତି। ଏହା ବ୍ୟତୀତ ସେ ପ୍ରତିଯୋଗିତାରେ ଅନ୍ୟ ୫ଟି ଟାଇଟଲ୍‌ ମଧ୍ୟ ଜିତିଛନ୍ତି। ଉପସ୍ଥିତ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଦୀକ୍ଷା ସର୍ବାଧିକ ଟାଇଟଲ୍‌ ଜିତି ରେକର୍ଡ କରିଛନ୍ତି। ସେ ମିସ୍‌ ମଲ୍‌ଟିମିଡିଆ, ମିସ୍‌ ଟ୍ୟାଲେଣ୍ଟ୍‌, ମିସ୍‌ ଫେସନ୍‌ ଆଇକନ୍‌, ମିସ୍‌ ବଡି ବିୟୁଟିଫୁଲ୍‌ ଏବଂ ମିସ୍‌ ଗ୍ଲାମ୍‌ ଇଣ୍ଡିଆ ନାମକ ଟାଇଟଲ୍‌ଗୁଡ଼ିକ ଜିତିଛନ୍ତି।

ଭାରତର ବିଭିନ୍ନ ପ୍ରାନ୍ଥରୁ ଚୟନ ହୋଇଥିବା ୧୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଦୀକ୍ଷା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହା ହେଉଛି ସେ ଜିତିଥିବା ଦ୍ୱିତୀୟ ମୁକୁଟ। ପୂର୍ବରୁ ଅକ୍ଟୋବରରେ ଦୀକ୍ଷା ଟଜିପିସିର ମିସ୍‌ ଇଣ୍ଡିଆ ସିଜିନ୍‌-୫ର ରନର୍ସ ଅପ୍‌ ହୋଇଥିଲେ।

ଦୀକ୍ଷାଙ୍କୁ ପ୍ରତିଯୋଗିତା ପାଇଁ ପ୍ରଶିକ୍ଷଣ ଦେଇଥିଲେ ପ୍ରସିଦ୍ଧ ସୁପର୍‌ମଡେଲ ତଥା ର‍୍ୟାମ୍ପ୍‌ ଓ୍ଵାକର୍‌ ଆଲେସିଆ ରାଉତ। ଦୀକ୍ଷାଙ୍କୁ ତାଙ୍କର ଷ୍ଟାଇଲ୍‌ ସେନ୍ସ ପାଇଁ ପ୍ରତିଯୋଗିତାରେ ବିଶେଷ ଗ୍ରହଣିୟତା ମିଳିଛି। ତାଙ୍କୁ ସେଥିପାଇଁ ମିସ୍‌ ଫେସନ୍‌ ଆଇକନ ଟାଇଟଲ୍‌ ମଧ୍ୟ ମିଳିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର