ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳର ଝିଅ ଖ୍ରୀଷ୍ଟଜ୍ୟୋତି ବର୍ଦ୍ଧନ। ଖ୍ରୀଷ୍ଟଧର୍ମାବଲମ୍ବୀ ସାନ୍ତାମୂର୍ତ୍ତି ବର୍ଦ୍ଧନଙ୍କ ଝିଅ ଖ୍ରୀଷ୍ଟଜ୍ୟୋତି ଭାରତ ବୁଲିବାକୁ ଆସିଥିବା ମେରିଭୀନଙ୍କୁ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି। ଉଭୟ ପରିବାର ଲୋକ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ ବିବାହ ସଂପନ୍ନ ହୋଇଛି।
ପ୍ରେମ ଶାଶ୍ବତ ଓ ପବିତ୍ର, କେଉଁଠି ଓ କେତେବେଳେ କାହା ସହ ଏହି ନିଆରା ସଂପର୍କ ଯୋଡ଼ି ହୋଇଯାଏ କିଛି କହି ହୁଏନା-ଯାହାକି ଏହି ଘଟଣାରୁ ସାବ୍ୟସ୍ତ ହୋଇଛି।
ଖ୍ରୀଷ୍ଟଜ୍ୟୋତି ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରୁ ୨୦୧୪ ମସିହାରେ ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୧୫ ମସିହାରୁ କୋଲକାତାର ଏକ କଂପାନିରେ ଫାଇନାନସ କୋର୍ଡିନେଟର୍ ଭାବେ କାର୍ଯ୍ୟରତ ଥିଲେ। ଗତବର୍ଷ ଜାନୁଆରୀ ମାସରେ ଆମେରିକୀୟ ଯୁବକ ମେରିଭୀନ୍ ପର୍ଯ୍ୟଟକ ଭାବେ କୋଲକାତାକୁ ବୁଲିବାକୁ ଆସିଥିଲେ। ମେରିଭୀନ୍ ଭାରତୀୟ କଳା ଓ ସଂସ୍କୃତି ପ୍ରତି ଆକର୍ଷିତ ହେବା ସହ ଖ୍ରୀଷ୍ଟଜ୍ୟୋତିଙ୍କ ସହ ତାଙ୍କର ଦେଖା ହୋଇଥିଲା। ଧୀରେ ଧୀରେ ଏହା ପ୍ରେମ ସଂପର୍କରେ ପରିଣତ ହୋଇଥିଲା। ଏହା ପରେ ଉଭୟ ଏନେଇ ପରିବାର ଲୋକଙ୍କୁ ଅବଗତ କରିବା ପରେ ସହମତି ବି ମିଳିଥିଲା। ଆଜି ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉଭୟ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମେରିଭୀନଙ୍କ ଏଭଳି ନିଷ୍ପତ୍ତିକୁ ବାପା ମୋରେ ଏସ.ମିଲ୍ଲର ପ୍ରଶଂସା କରିଛନ୍ତି। ଖ୍ରୀଷ୍ଟଜ୍ୟୋତିଙ୍କ ଗାଁ ବି ମୋତେ ଭଲ ଲାଗିଲା ବୋଲି ମେରିଭୀନ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/gajapatie.jpg)