ଓଡ଼ିଆ ଛାତ୍ରୀ ସୀମାଦ୍ରିଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଫେଲୋସିପ୍‌

ଭୁବନେଶ୍ୱର: ଓଡ଼ିଆ ଛାତ୍ରୀ ସୀମାଦ୍ରି ଶୁଭଦର୍ଶିନୀଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ନିକଟରେ ଆୟୋଜିତ ପ୍ରଧାନମନ୍ତ୍ରୀ ଫେଲୋସିପ୍‌ ଚୟନ ପରୀକ୍ଷାରେ ସେ କୃତିତ୍ୱ ହାସଲ କରିଛନ୍ତି। ବାୟୋଲୋଜିକାଲ ସାଇନସ୍‌ରେ ଉଚ୍ଚତ୍ତର ଗବେଷଣା ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପ୍ରଧାନମନ୍ତ୍ରୀ ଫେଲୋସିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସବୁଠାରୁ ବଡ଼ ଖୁସିର ବିଷୟରେ ବାୟୋଲୋଜିକାଲ ସାଇନସ୍‌ରେ ମାତ୍ର ୨ ଜଣଙ୍କୁ ସଫଳତା ମିଳିଥିବା ବେଳେ ଏଥିରେ ସୀମାଦ୍ରିଙ୍କୁ ମିଳିଛି ପ୍ରଥମ ସ୍ଥାନ।

ରାଉରକେଲା ଏନଆଇଟିରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ସୀମାଦ୍ରି ବର୍ତ୍ତମାନ ଆଇଆଇଟି ମାଡ୍ରାସରେ ଗବେଷଣା କରୁଛନ୍ତି। ସୀମାଦ୍ରି ୨୦୧୭ରେ ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଉପରେ ସନ୍ଦର୍ଭ ଉପସ୍ଥାପନ କରି ଓଡ଼ିଶାକୁ ଗର୍ବିତ କରିଥିଲେ। ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ ସୀମାଦ୍ରି ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ ଓ ଅଧ୍ୟାପିକା ମାନସୀ ଷଡ଼ଙ୍ଗୀଙ୍କ ଝିଅ। ସୀମାଦ୍ରୀଙ୍କ ସଫଳତାର ଓଡ଼ିଶାର ଶିକ୍ଷାବିତ ଏବଂ ବୁଦ୍ଧିଜୀବୀମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

ସମ୍ବନ୍ଧିତ ଖବର