ଓଡ଼ିଆ ଗୀତିକବି ସମାଜର ବାର୍ଷିକ ଅଧିବେଶନ : ଜୀବନର ପ୍ରତିଟି ସ୍ପନ୍ଦନରେ ଗୀତିକବିତା ଅନୁରଣିତ

କଟକ : ଜୀବନର ପ୍ରତିଟି ସ୍ପନ୍ଦନରେ ଗୀତିକବିତା ଅନୁରଣିତ। ଉନ୍ମେଷ ପର୍ବରୁ ହିଁ ଏହା ଜୀବନ ସହ ଯୋଡ଼ି ହୋଇ ରହିଛି। ନାନାବାୟା ଗୀତ, ଯୋଗୀର ସ˚ଗୀତ ଓ ବିଭୁ ବନ୍ଦନା ମଧ୍ୟ ଦେଇ ଏହା ପ୍ରତିଟି ମୁହୂର୍ତ୍ତରେ ଆମକୁ ଆହ୍ଲାଦ ପ୍ରଦାନ କରିଛି। ଏ ମାଟିର ବିଭିନ୍ନ ପ୍ରାନ୍ତର ପୋଥିରେ ସ˚ରକ୍ଷିତ ହୋଇ ରହିଥିବା ଗୀତିକବିତାର ଆବିଷ୍କାର ହୋଇପାରି ନାହିଁ। ଏହା ହୋଇପାରିଲେ ଓଡ଼ିଶାର ସା˚ଗୀତିକ ପରମ୍ପରା ସୁଦୃଢ ହୋଇପାରନ୍ତା ବୋଲି ଓଡ଼ିଆ ଗୀତିକବି ସମାଜର ୨୭ତମ ବାର୍ଷିକ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।

ଶତାଦ୍ଦୀ ଭବନଠାରେ ଅନୁଷ୍ଠାନର ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଅଧିବେଶନରେ ଉଦ୍‌ଘାଟକ ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର ଗୀତିକବିତା ଆତ୍ମା ଓ ହୃଦୟର ଭାଷା ବୋଲି କହିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦି ଯୋଗଦେଇ ପ୍ରାଚୀନ ଚଉପଦୀ ଓ ଚଉତିଶା ପ୍ରଭୃତି ଗୀତିକବିତାର ମୂଳ ଉତ୍ସ ବୋଲି କହିଥିଲେ। ଉତ୍ସବରେ ସମ୍ମାନନୀୟ ଅତିଥି ‘ସମ୍ବାଦ ସମ୍ପାଦକ (ଫିଚର୍‌), ପ୍ରଖ୍ୟାତ କଥାକାର ଡକ୍ଟର ଗୌରହରି ଦାସ ଯୋଗଦେଇ, ଦୁଃଖର ହେଉ କି ସୁଖର, ଅନୁଭବ ନ ଥିଲେ ସାର୍ଥକ ଗୀତିକବିତା ଲେଖି ହୁଏନି ବୋଲି କହିଥିଲେ। ଓଡ଼ିଆ ଗୀତିକବିତା ଅନ୍ୟ ଭାଷାର ଗୀତିକବିତା ତୁଳନାରେ ଯଥେଷ୍ଟ ଉନ୍ନତ ବୋଲି ସେ ଏହି ଅବସରରେ କହିଥିଲେ। ସମାରୋହରେ ସାହିତ୍ୟ ସମାଲୋଚନା ନିମନ୍ତେ ପ୍ରଫେସର ବିଜୟ କୁମାର ଶତପଥୀଙ୍କୁ ‘ଭରଦ୍ବାଜ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ମନୋଜ ମହାନ୍ତିଙ୍କୁ ‘ଓଡ଼ିଆ ଗୀତିକବି ସମାଜ ସମ୍ମାନ, ପ୍ରହଲ୍ଲାଦ ସାଙ୍କୁ ‘ଜିତେନ୍ଦ୍ର ପଟ୍ଟନାୟକ ଗୀତିକବି ସମ୍ମାନ, ପ୍ରେମଚାନ୍ଦ ମହାନ୍ତିଙ୍କୁ ‘ବିନୋଦିନୀ ପଟ୍ଟନାୟକ ଗୀତିକବି ସମ୍ମାନ, ସନ୍ଧ୍ୟାରାଣୀ ମିତ୍ରଙ୍କୁ ‘ନିରଦପ୍ରଭା ଗୀତିକବି ସମ୍ମାନ, ହ˚ସନାଥ ମୁଦୁଲିଙ୍କୁ ‘ଅନ୍ନପୂର୍ଣ୍ଣା ନନ୍ଦ ଗୀତିକବି ସମ୍ମାନ, ସୁବାସ ଚନ୍ଦ୍ର ରାମଙ୍କୁ ‘ଅନମୋଲ ସ˚ଗୀତ ନିର୍ଦ୍ଦେଶନା ସମ୍ମାନ ଓ ସୁବାସ ଦାଶଙ୍କୁ ‘ଆୟୂଷ କଣ୍ଠଶିଳ୍ପୀ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜେନ୍ଦ୍ର କିଶୋର ହରିଚନ୍ଦନ ସ୍ମାରକୀ ଗୀତିକବିତା ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଇନ୍ଦୁଭୂଷଣ ତ୍ରିପାଠୀ, ବର୍ଷା ବୈଶାଳୀ ବିଷ୍ଣୁଦର୍ଶିନୀ ଓ ରୁଚିତା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବାବାଜୀ ଚରଣ ବଳ, ରମେଶ ଚନ୍ଦ୍ର ବେହରା, ଡାକ୍ତର ଉପେନ୍ଦ୍ର ପ୍ରସାଦ ନାୟକ, ଡକ୍ଟର ଚିନ୍ମୟୀ ମହାପାତ୍ର ଓ ପର୍ଶୁରାମ ନାଥଙ୍କ ଗୀତିକବିତା ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ବିଜେତା ତରୁଣକାନ୍ତି ମିଶ୍ର ଓ ଓଡ଼ିଶା ସ˚ଗୀତ ନାଟକ ଏକାଡେମି ପୁରସ୍କାର ବିଜେତା ମୀନାକ୍ଷୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ˚ପାଦକ ମୀନାକ୍ଷୀ ଦେବୀ ସ୍ବାଗତ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଉପଦେଷ୍ଟା ଗୌର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପ-ସଭାପତି ପୀତାମ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର