କରୋନାରେ ଓଡ଼ିଆ ଆଇଏଏସଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ 

ଭୁବନେଶ୍ବର :  କରୋନାରେ ବରିଷ୍ଠ ଓଡ଼ିଆ ଆଇଏଏସ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ ହୋଇଛି । ୧୯୮୬ ଗୁଜୁରାଟ କ୍ୟାଡର ଆଇଏଏସ ଶ୍ରୀ ମହାପାତ୍ର ବାଣିଜ୍ୟ ମନ୍ତ୍ରାଳୟ ଅଧିନସ୍ଥ ଡିପିଆଇଆଇଟିର ସଚିବ ଭାବେ କାର୍ୟ୍ୟରତ ଥିଲେ । ଏହା ପୂର୍ବରୁ ସେ ଭାରତୀୟ ବିମାନ ପତ୍ତନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ୟ୍ୟ କରିଥିଲେ । ସେ ଓଡ଼ିଶାର ବିଶିଷ୍ଟ ଲେଖକ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର  ଥିଲେ ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯ଼େ ସ୍ବର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ୟ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ ।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ ତାଙ୍କର କର୍ମଭୂମି ଗୁଜୁରାଟ ଥିଲେ ମଧ୍ୟ ଓଡ଼ିଶା ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା ।

 

ସମ୍ବନ୍ଧିତ ଖବର